ବ୍ରହ୍ମପୁର : ବ୍ରହ୍ମପୁର ସମାବେଶରେ ରାଜନାଥ ସିଂଙ୍କ ବକ୍ତବ୍ୟ । ଓଡିଶାରେ ଡବଲ ଇଂଜିନ ସରକାର ଗଠନକୁ କେହି ବି ରୋକି ପାରିବେନି । ଆଜି କର୍ମକର୍ତ୍ତାଙ୍କ ଉତ୍ସାହ ଦେଖିଲେ ଲାଗୁଛି କେହି ବି ରୋକି ପାରିବେନି । ୨୦୧୪,୨୦୧୯ ଠାରୁ ଅଧିକ ଉତ୍ସାହ ଏବେ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଏଥର ୪ ଶହରୁ ଅଧିକ ସିଟ ହାସଲ । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ପୁଲବ୍ୱାମା ଘଟଣା ପରେ ଆମେ ସୀମା ଡେଇଁ ଜବାବ ଦେଇଥିଲୁ । ଆମେ କେବଳ ସୀମା ଏପଟେ ନୁହେଁ , ସୀମା ସେପଟେ ବି ଜବାବ ଦେବୁ । ୯ ବର୍ଷ ଭିତରେ ୧୧ ସ୍ଥାନରୁ ୫ ସ୍ଥାନକୁ ଅର୍ଥନୀତି ନେଇପାରିଛୁ । ଆଗାମୀ ୩ ବର୍ଷ ଭିତରେ ଆମେ ତୃତୀୟ ବଡ ଅର୍ଥନୀତି ହେବୁ । ଓଡିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ । ଓଙ୍ଗିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି । ୟୁପିଏ ସରକାର ୧୦ ବର୍ଷରେ ଓଙ୍ଗିଶାକୁ ୩ ଲକ୍ଷ କୋଟି ଦେଇଥିଲା । ଓଡିଶା ସହ ସର୍ବଦା ସଉତୁଣୀ ଭଳି ବ୍ୟବହାର କରିଛି ୟୁପିଏ ।
Views: 120











