ଭୁବନେଶ୍ୱର : ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ । ଆୟୁଷ୍ମାନ ଭାରତ ଓ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ । କଟକରେ ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ପ୍ରାୟ ସାଢେ ୩ କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦେଶର ୨୯ ହଜାରରୁ ଉଦ୍ଧ୍ୱର୍ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା । ଏହି କାର୍ଡଗୁଡ଼ିକ ଆଗାମୀ ୩ ମାସ ମଧ୍ୟରେ ସମସ୍ତଙ୍କର ପାଖରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଟକ ବାଲିଯାତ୍ରା ତଳପଡ଼ିଆରେ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ୬ ବର୍ଷ ଆଗରୁ ଲାଗୁ ହେବାର ଥିଲା। କିନ୍ତୁ ତତ୍କାଳୀନ ସରକାର ଏହାକୁ ଲାଗୁ କରିନଥିଲେ। ରାଜ୍ୟରେ ନୂଆ ସରକାର ଆସିବାର ବର୍ଷେ ନପୁରୁଣୁ ପରେ ଏହି ଯୋଜନା ଲାଗୁ ହୋଇପାରିଛି। ଏଥି ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ମଧ୍ୟ ଆରମ୍ଭ ହୋଇଯାଇଛି। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲୋକମାନେ ମଧ୍ୟ ଏହି ଯୋଜନାରୁ ଲାଭବାନ ହେବେ। ଏହା ପୁଣି ନିଃଶୁଳ୍କ ମାଧ୍ୟମରେ।
ଓଡିଶାରେ “ଆୟୁଷ୍ମାନ ଯୋଜନା”ର ଶୁଭାରମ୍ଭ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାକୁ ବଡ ଉପହାର, ୪ ହଜାର କୋଟିର ପ୍ରକଳ୍ପ ଭେଟି
ଭୁବନେଶ୍ୱର : ଓଡିଶାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବଡ ଉପହାର । ଭେଟି ଦେଲେ ୪ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପ । ୧୯ଟି ପ୍ରକଳ୍ପର...
ନବମ ଥର ପାଇଁ ନବୀନ ରାଜ୍ୟ ସଭାପତି ହେବା ନିଶ୍ଚିତ
ଭୁବନେଶ୍ୱର : ନବମ ଥର ପାଇଁ ନବୀନ ପଟ୍ଟନାୟକ ରାଜ୍ୟ ସଭାପତି ହେବା ନିଶ୍ଚିତ। ବିଜେଡି ସଭାପତି ପଦ ଲାଗି ଆଜି କେବଳ ଜଣେ ମାତ୍ର ପ୍ରାର୍ଥୀ...
ପୁନର୍ବିଚାର କରନ୍ତୁ ନବୀନ : ମନମୋହନ
ଭୁବନେଶ୍ୱର : ନବୀନଙ୍କୁ କାଉଣ୍ଟର କଲେ ବିଜେପି ସଭାପତି ମନମୋହନ ସାମଲ । ବିଜୁ ବାବୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି, ଓଡିଶାର ବରପୁତ୍ର ଥିଲେ ।...
ୱକଫ ଆଇନ ସଂଶୋଧନ ପ୍ରସଙ୍ଗ : କେନ୍ଦ୍ରକୁ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ୱାକଫ ଆଇନ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ । ଜବାବ...