ଭୁବନେଶ୍ୱର : ଓଡିଶାକୁ ବାତ୍ୟା ବିପଦ ନାହିଁ କହିଲେ ପାଣିପାଗ ବିଜ୍ଞାନୀ । ବାତ୍ୟା ପ୍ରଭାବରେ ହାଲୁକା ବର୍ଷା ହେଉଛି କହିଲେ ଉମାଶଙ୍କର ଦାସ । ଆଜି ସକାଳୁ ଉପକୂଳ ଓଡିଶାରେ ହାଲୁକା ବର୍ଷା ହେଉଛି । ଅସ୍ତରଙ୍ଗ, କେନ୍ଦ୍ରାପଡା , ପୁରୀ, ଚାନ୍ଦବାଲି,ପାରାଦୀପରେ ବର୍ଷା । ଆସନ୍ତାକାଲି ଉତ୍ତର ଓଡିଶାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା । ୨୫ରେ ଉପକୂଳ ଓଡିଶାରେ ବଢିପାରେ ବର୍ଷା । ସମସ୍ତ ବନ୍ଦରରେ ୩ନଂ ବିପଦ ସଙ୍କେତ ଜାରି ।
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ପାରାଦୀପ ଠୁ ୪୦୦ କିମି ଦୂରରେ କେନ୍ଦ୍ରୀଭୂତ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବା ସମ୍ଭାବନା । ବାତ୍ୟା ବାଂଲାଦେଶ ଉପକୂଳ ମୁହାଁ ହେବା ସମ୍ଭାବନା । ୨୫ରେ ଖେପୁପରା ଓ ଚିଟ୍ଟଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବ ।
Views: 67