ଭୁବନେଶ୍ୱର : ଓଡିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି । ଗୁଡ୍ଡୁ ମୁସଲିମ୍ର ବରଗଡ ଆସିବା ନେଇ ସାଂସଦ ସୁରେଶ ପୂଜାରୀଙ୍କ ମନ୍ତବ୍ୟ । ୧୨ ତାରିଖ ସମ୍ବଲପୁର ହିଂସାରେ ଦେଶବିରୋଧୀ ସ୍ଲୋଗାନ ଦିଆଗଲା । ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ଶକ୍ତି ଉପସ୍ଥିତ ଥିବା ସ୍ପଷ୍ଟ ହୋଇଛି । ଏଭଳି ସ୍ଥିତିରେ ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ ପୁରୀ ଓ ବରଗଡ ଆସିଥିବା ଜଣାପଡିଛି । ଗୁଡ୍ଡୁର ପ୍ରମୁଖ ସହଯୋଗୀ ସୋହେଲାର ରାଜା ଖାଁ ନାଁରେ ବହୁ ମାମଲା ରହିଛି । ଗୁଡ୍ଡୁ ମୁସଲିମ ଓ ରାଜା ଖାଁ ମଧ୍ୟରେ କଣ ସମ୍ପର୍କ , କିଏ ରାଜାର ପୃଷ୍ଠପୋଷକ । ୨୧ ତାରିଖ ସମ୍ବଲପୁର ହିଂସା ଘଟଣା ସହ ଉଭୟଙ୍କ ସମ୍ପର୍କ କଣ । ଗୁଡ୍ଡୁ ମୁସଲିମ ପୁରୀ ଆସିଥିଲା , ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ନାହିଁ ତ । ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ । ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ରାଜ୍ୟ ସରକାର ରାଷ୍ଟ୍ରହୀତ ଦୃଷ୍ଟିରୁ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଅନ୍ତୁ ବୋଲି କହିଛନ୍ତି ସୁରେଶ ପୂଜାରୀ ।
ଓଡିଶାକୁ ଆତଙ୍କୀ ଟାର୍ଗେଟ ନାହିଁ ତ –ସୁରେଶ ପୂଜାରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











