ଭୁବନେଶ୍ୱର : ଓଡିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି । ଗୁଡ୍ଡୁ ମୁସଲିମ୍ର ବରଗଡ ଆସିବା ନେଇ ସାଂସଦ ସୁରେଶ ପୂଜାରୀଙ୍କ ମନ୍ତବ୍ୟ । ୧୨ ତାରିଖ ସମ୍ବଲପୁର ହିଂସାରେ ଦେଶବିରୋଧୀ ସ୍ଲୋଗାନ ଦିଆଗଲା । ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ଶକ୍ତି ଉପସ୍ଥିତ ଥିବା ସ୍ପଷ୍ଟ ହୋଇଛି । ଏଭଳି ସ୍ଥିତିରେ ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ ପୁରୀ ଓ ବରଗଡ ଆସିଥିବା ଜଣାପଡିଛି । ଗୁଡ୍ଡୁର ପ୍ରମୁଖ ସହଯୋଗୀ ସୋହେଲାର ରାଜା ଖାଁ ନାଁରେ ବହୁ ମାମଲା ରହିଛି । ଗୁଡ୍ଡୁ ମୁସଲିମ ଓ ରାଜା ଖାଁ ମଧ୍ୟରେ କଣ ସମ୍ପର୍କ , କିଏ ରାଜାର ପୃଷ୍ଠପୋଷକ । ୨୧ ତାରିଖ ସମ୍ବଲପୁର ହିଂସା ଘଟଣା ସହ ଉଭୟଙ୍କ ସମ୍ପର୍କ କଣ । ଗୁଡ୍ଡୁ ମୁସଲିମ ପୁରୀ ଆସିଥିଲା , ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ନାହିଁ ତ । ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ । ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ରାଜ୍ୟ ସରକାର ରାଷ୍ଟ୍ରହୀତ ଦୃଷ୍ଟିରୁ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଅନ୍ତୁ ବୋଲି କହିଛନ୍ତି ସୁରେଶ ପୂଜାରୀ ।
ଓଡିଶାକୁ ଆତଙ୍କୀ ଟାର୍ଗେଟ ନାହିଁ ତ –ସୁରେଶ ପୂଜାରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...