The Ultimate Managed Hosting Platform
ADVERTISEMENT

ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି

Facebook
Twitter
LinkedIn

ଭୁବନେଶ୍ୱର : ଇତିହାସ ରଚିଲା ଓଡିଶା ବିଧାନସଭା। ଓଡିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ । ପ୍ରଥମ ମହିଳା ବାଚସ୍ପତି ହେଲେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ। ବିଧିବଦ୍ଧ ଭାବେ ଦାୟୀତ୍ୱ ନେଲେ ପ୍ରମିଳା ମଲ୍ଲିକ। ଏନେଇ ଗୃହରେ ଉପ ବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ଆଜି ପରେ ବିଧାନସଭାରେ ଆଉ ଶୁଭିବ ନାହିଁ ଅନରେବଲ ସ୍ପିକର ସାର। ଦୀର୍ଘ ସାତ ଦଶନ୍ଧି ଧରି ଚାଲିଥିବା ଏ ଡାକର ଅନ୍ତ ହେବ । ଏଣିକି ଶୁଭିବ ଅନରେବଲ ମାଡାମ ସ୍ପିକର। ଦେଶ ସ୍ବାଧୀନ ହେବା ଠାରୁ ଆଜିଯାଏଁ ବିଧାନସଭାରେ କେବଳ ପୁରୁଷ ବାଚସ୍ପତି ଦାୟିତ୍ବ ତୁଲାଇ ଆସୁଥିଲେ। ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରମିଳା ମଲ୍ଲିକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । କାରଣ ପ୍ରମିଳା ମଲ୍ଲିକଙ୍କ ବ୍ୟତୀତ ଅନ୍ୟ କେହି ନାମାଙ୍କନ ଭରି ନଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login