The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଓଡ଼ିଶାରେ ପାକିସ୍ତାନ ଗୁପ୍ତଚର ପାକିସ୍ତାନଙ୍କୁ ତଥ୍ୟ ଦେଇ ବନ୍ଧାହେଲେ ୩ଜଣ ଯୁବକ I

Facebook
Twitter
LinkedIn

ଭୁବନେଶ୍ୱର/ନୟାଗଡ଼,୧୪ା୫(ବ୍ୟୁରୋ/ S.N ): ଓଟିପି ଶେୟାରିଂ ସ୍କାମ୍‌ ନେଇ ଏସ୍‌.ଟି.ଏଫ୍‌ ଚଢ଼ାଉ କରି ନୟାଗଡ଼ର ପଠାଣୀ ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମ୍‌କାର୍ଡ, ୬୧ଟି ଏଟିଏମ୍‌ କାର୍ଡ ଓ ୨୩ଟି ସିମ୍‌ କଭର ଜବତ ହୋଇଥିବା ସୂଚନା ।

ନୟାଗଡ଼ ଜିଲା ଇଟାମାଟି ଥାନା ବଡ଼ପଣ୍ଡୁସର ଗାଁର ପଠାଣିସାମନ୍ତ ଲେଙ୍କା ଏବଂ ଦଶପଲ୍ଲା ଥାନା ସାକେଣୀ ଗାଁର ସରୋଜ କୁମାର ନାୟକଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ଯାହାକୁ ନେଇ ନୟାଗଡ଼ରେ ଚର୍ଚ୍ଚା ଜୋର୍‌ ଧରିଛି। ପଠାଣି ନୟାଗଡ଼ର ଏକ ଶିକ୍ଷାନୁଷ୍ଠାନରେ ଆଇଟିଆଇ ଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ଛାତ୍ରୀଛାତ୍ରଙ୍କୁ କୋଚିଂ ଦେଉଥିଲେ। ରବିବାର ତାଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଘରେ ସ୍ତ୍ରୀଙ୍କ ସମେତ ୨ ପିଲାଙ୍କୁ ନେଇ ରହୁଥିବା ବେଳେ ୨ରୁ ୩ ମାସ ହେ ନିୟମିତ ରହୁ ନ ଥିବା ଜଣାପଡିଛି l କେତେବେଳେ ଗାଁକୁ ଆସି ରହୁଥିଲେ ବୋଲି ଗାଁ ଲୋକେ କହିଛନ୍ତି। ଗତକାଲି ଏସ୍‌ଟିଏଫ୍‌ ଏବଂ ସ୍ଥାନୀୟ ପୋଲିସ ଘରକୁ ଯାଇ ତଦନ୍ତ କରି ଫେରିଥିଲା। ସେ ଜଣେ ଭଲ ପିଲା ଥିଲେ ବୋଲି ଗାଁ ଲୋକେ କହିଛନ୍ତି ।ଅନ୍ୟପକ୍ଷରେ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ତାଙ୍କୁ ଦେଖିଲେ ଲାଗୁ ନ ଥିବା କହିଛନ୍ତି ଗାଁର କିଛି ଲୋକେ। ତେବେ ଆଇଟିଆଇ ଶିକ୍ଷକ ହୋଇ ଏଭଳି ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି l ଭୟରେ ଗ୍ରାମବାସୀ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲୁ ନ ଥିବା ଜଣାପଡ଼ିଛି।

ଓଟିପି ଶେୟାରିଂକୁ ନେଇ ଏସ୍‌ଟିଏଫ୍‌ ଅଭିଯୁକ୍ତଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଅଭିଯୁକ୍ତଙ୍କୁ ଗିରଫ କରି ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାରେ କିଛି ପାକିସ୍ତାନୀ ଗୋଇନ୍ଦା ଅଧିକାରୀ ଓ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଲିଙ୍କ୍‌ ଜେନେରେଟ କରି ଏମାନେ ତଥ୍ୟ ଯୋଗାଉଥିଲେ। ଏଥିପାଇଁ ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟ ମୋଟା ଅଙ୍କର ଅର୍ଥ ଦେଉଥିଲେ। ଗତ ବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଧରାପଡ଼ିଥିବା ମହିଳା ପିଆଇଓ ଏଜେଣ୍ଟଙ୍କ ସହ ମଧ୍ୟ ଯୋଗାଯୋଗରେ ଏହି ୩ ଅଭିଯୁକ୍ତ ସାମିଲ ଥିଲେ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଯଥା ହ୍ବାଟ୍ସଆପ୍‌, ଟେଲିଗ୍ରାମ, ଇନ୍‌ଷ୍ଟାଗ୍ରାମ୍‌ରେ ବିଭିନ୍ନ ଆକାଉଣ୍ଟ କରି ପାକିସ୍ତାନୀ ଏଜେଣ୍ଟଙ୍କୁ ଲିଙ୍କ୍‌ ଶେୟାର କରୁଥିଲେ। ଦେଶ ବିରୋଧୀ କାର୍ଯ୍ୟ କରିଥିବାରୁ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login