The Ultimate Managed Hosting Platform
ADVERTISEMENT

ଏହି ୨୦୨୨ ନବବର୍ଷଟି କେଉଁ କେଉଁ ରାଶି ପାଇଁ ମଙ୍ଗଳମୟ ହେବ , ଆସନ୍ତୁ ଜାଣିବା ଚଳିତବର୍ଷର ଏହି ରାଶି ଗୁଡିକ ବିଷୟରେ

Facebook
Twitter
LinkedIn

ଏହି ଚଳିତବର୍ଷ ୧୨ଟି ରାଶି ମାନଙ୍କ ମଧ୍ୟରୁ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ । ତେବେ ଆସନ୍ତୁ ଜାଣିବା ସେହି ରାଶିଟି କେଉଁ ରାଶି । ୨୦୨୨ ସିଂହ ରାଶି ପାଇଁ ରହିବ ଅତ୍ୟନ୍ତ ଶୁଭ । ସିଂହ ରାଶିର ସ୍ୱାମୀ ହେଉଛନ୍ତି ଗ୍ରହରାଜ ସୂର୍ଯ୍ୟ। ଏହି ରାଶିର ବ୍ୟକ୍ତି ମାନେ ଅଧିକ ପ୍ରଭାବଶାଳୀ ହୋଇଥାଆନ୍ତି। ଏମାନଙ୍କ ପର୍ସନାଲିଟି ଲୋକଙ୍କୁ ଖୁବ ଆକୃଷ୍ଟ କରିଥାଏ। ସାଧାରଣଭାବେ ଏମାନେ ଭଲ ଲିଡରସିପ୍ ହୋଇଥାନ୍ତି। ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଏମାନେ ଉଚ୍ଚ ପଦବୀରେ ସ୍ଥାନିତ ହୋଇଥାନ୍ତି। ବର୍ଷ ୨୦୨୨ କଥା କହିଲେ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ।
ସିଂହ ରାଶିରେ ଜାତକର ନେତୃତ୍ତ୍ୱ ଗୁଣ ତାଙ୍କୁ ବର୍ଷ ସାରା ଅନେକ ଲାଭ ପ୍ରଦାନ କରିବ। ଏମାନେ ନିଜ କ୍ୟାରିଅରରେ ବହୁ ଉନ୍ନତି କରିବେ। କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଳ୍ପ ମାତ୍ରାରେ ରହିବ।
ରାଜସ୍ୱୀ ସ୍ୱଭାବର ମାଲିକ ସିଂହ ରାଶି ଲୋକଙ୍କ ପାଇଁ ନୂଆବର୍ଷ ଖୁବ ଭଲ ରହିବ। ଏହି ବର୍ଷ ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ । ତେଣୁ ନିୟମିତ ରୂପେ ମାତାଙ୍କର ପୂଜା କରନ୍ତୁ। ବ୍ୟବସାୟରେ ଲାଭ ମିଳିବା ସହ ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି। ଏହିବର୍ଷ ମାର୍ଚ୍ଚ ମାସ ପରେ ଯାତ୍ରା କରିବାର ଯୋଗ ଆରମ୍ଭ ହେବ। କାର୍ୟ୍ୟକ୍ଷେତ୍ରରେ ଶତ୍ରୁମାନେ ନିଜ ପ୍ରଭାବ ପକାଇବାକୁ ଚେଷ୍ଟା କରିପାରନ୍ତି। କିନ୍ତୁ ଶନିଦେବ ଏମାନଙ୍କୁ ସବୁ ସମସ୍ୟାରୁ ରକ୍ଷା କରିବେ। ମାନ ସମ୍ମାନ, ପଦ ପ୍ରତିଷ୍ଠା ପ୍ରଦାନ କରିବେ। ପରିବାରରେ ଭଲ ସମୟ ଅତିବାହିତ କରିବେ। ସନ୍ତାନ ପକ୍ଷରୁ ଖୁସି ପାଇବେ। ଆର୍ଥିକ ସମସ୍ୟା ଦୂର ହେବ। ବର୍ଷଟି ପୁରା ଭଲରେ କଟିବ।
ତେବେ ଏହି ନବବର୍ଷଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ନୂଆଦିଲ୍ଲୀ : ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା...

Login