ବ୍ୟୁରୋ : ହଳଦୀରେ ଏମିତି ପ୍ରାକ୍ରୁତିକ ଜିନିଷ ରହିଛି, ଯାହା କିଡନୀ ଜନିତ ସମସ୍ୟାକୁ ଚୁଟକୀରେ ଗାୟବ କରିବ । ହଳଦୀରେ ମିଳୁଥିବା କର୍କୁମିନ୍ ଉପାଦାନ କିଡନୀ ସଂକ୍ରମଣକୁ ହ୍ରାସ କରିବାରେ ସାହାଯ୍ୟ କରେ । ହଳଦୀରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ଅଛି, ଯାହା କିଡନୀ କୋଷଗୁଡ଼ିକୁ ମୁକ୍ତ ରାଡିକାଲ୍ ଅର୍ଥାତ୍ କ୍ଷତିକାରକ ଉପାଦାନରୁ ରକ୍ଷା କରେ । ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ କର୍କୁମିନ୍ ରକ୍ତ ଶର୍କରା ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ, ଯାହା କିଡନୀ ରୋଗର ମୁଖ୍ୟ କାରଣ ।
ହଳଦୀର ସୀମିତ ବ୍ୟବହାର କିଡନୀ ର ଫିଲ୍ଟରିଂ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାର ପ୍ରକ୍ରିୟାକୁ ସହଜ କରିଥାଏ। ଏହା ବ୍ୟତୀତ କିଡନୀ ରୋଗ ସହିତ ଜଡିତ ସମସ୍ୟା ଯେପରିକି ଥକାପଣ ଏବଂ ଦୁର୍ବଳତାକୁ କମ କରିବାରେ ମଧ୍ୟ ହଳଦୀ ଲାଭଦାୟକ । କିନ୍ତୁ ଏହାକୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏବଂ ସୀମିତ ପରିମାଣରେ ସେବନ କରିବା ଉଚିତ, କାରଣ ଅତ୍ୟଧିକ ପରିମାଣର ହଳଦୀ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ ।
ଏହି ରୋଗକୁ ଭଲ କରେ ହଳଦୀ …
Facebook
Twitter
LinkedIn
Facebook
Twitter
LinkedIn
Recent News
ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
କଟକ : କଟକ ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ । ବାଙ୍କୀରେ ଜନ ଅଭିଯୋଗ ଶୁଣାଣି ବେଳେ ଆତ୍ମାହୁତି ଉଦ୍ୟମ । ପରିବାର ମଙ୍ଗଳ ଯୋଜନା...
୪୬ IAS , ୬୭ IPS ପଦବୀ ଖାଲି
ଭୁବନେଶ୍ୱର : ରାଜ୍ୟରେ ଆଇପିଏସ, ଆଇଏଏସ, ଆଇଏଫଏସ ପଦବୀ ଖାଲି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୋହନ ମାଝୀ । ୪୬...
ବାଂଲାଦେଶୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର କମିଟି
ଭୁବନେଶ୍ୱର : ବାଂଲାଦେଶୀଙ୍କୁ ଚିହ୍ନଟ , ଅଟକ ଓ ତଡିପାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ କମିଟି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...
୪ ଟି ଜିନିଷ ଆପଣଙ୍କୁ ହାଡକୁ କରିବ ଦୁର୍ବଳ !
ବ୍ୟୁରୋ : ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ...










