ଜୟପୁର:ସିଙ୍ଗଡା-କଚୋଡି ଖାଇବାକୁ କାହାକୁ ବା ଭଲ ନ ଲାଗେ । କିନ୍ତୁ ଏହି ରାଜ୍ୟରେ ବ୍ୟାନ ହେଲା ସିଙ୍ଗଡ଼ା ଏବଂ କଚୋଡ଼ି । ଆପଣ ଭାବୁଥିବେ ଏହାକୁ ବ୍ୟାନ କରିବା କାହିଁକି ଆବଶ୍ୟକ ପଡ଼ିଲା । ଏହା ତ ଏତେ ଖରାପ ଖାଦ୍ୟ ନୁହେଁ । କିନ୍ତୁ ଏବେ ସରକାର ଏହାକୁ ବ୍ୟାନ୍ କରିଛନ୍ତି । ଜୟପୁରରେ ସରକାରୀ ମିଟିଂରେ ଏବେ ଆଉ ତେଲ ଛଣା ଜିନିଷ ଦିଆଯିବ ନାହିଁ । ଏଥିପାଇଁ ମେନ୍ୟୁ ତିଆରି କରାଯାଇଛି । ଏହି ଖବର ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ଏହାର ମେନ୍ୟୁ ଭାଇରାଲ ହେବାରେ ଲାଗିଛି । ସିଙ୍ଗଡ଼ା କଚୋଡ଼ି ଏବଂ ଜିଲାପି ବଦଳରେ ରେଷ୍ଟେଡ ଜିନିଷ ମିଳିବ ଯାହା ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥିବ । ତେଲ ଜିନିଷ ଖାଉଥିବାରୁ ସରକାରୀ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁଛି ଏଥିପାଇଁ ସେମାନଙ୍କୁ ଆଉ ତେଲ ଛଣା ଜିନିଷ ଦିଆଯିବ ନାହିଁ । ମିଟିଂ ବେଳେ ଏବେ ରୋଷ୍ଟେଡ ଚଣା, ରୋଷ୍ଟେଡ ବାଦାମ, ମଲଟି ଗ୍ରୀନ୍ ଥିବା ଖାଦ୍ୟ ଇତ୍ୟାଦି ଦିଆଯିବ । ପିଇବା ପାଣିକୁ ନେଇ ବି ନିଷ୍ପତ୍ତି ନିଆଯାଇଛି ।
Views: 73