ନୂଆଦିଲ୍ଲୀ : ବେସରକାରୀ କମ୍ପାନୀଗୁଡିକର କର୍ମଚାରୀଙ୍କ ପାଇଁ ଟାର୍ଗେଟ୍ ଦିଆଯାଏ । ବେଳେବେଳେ ଏହି ଲକ୍ଷ୍ୟଗୁଡିକ ପୂରଣ ହୁଏ ଏବଂ ବେଳେବେଳେ ଲକ୍ଷ୍ୟଗୁଡିକ ପୂରଣ ହୁଏ ନାହିଁ । ଏଥିପାଇଁ କର୍ମଚାରୀଙ୍କ କାର୍ୟ୍ୟ ପାଇଁ କିଛି ସୀମା ସ୍ଥିର କରାଯାଇଛି । କିନ୍ତୁ ଏମିତି ଗୋଟିଏ କମ୍ପାନୀ ଅଛି ଯାହାକି ସମସ୍ତ ସୀମା ଅତିକ୍ରମ କରିଛି । ଏହି କମ୍ପାନୀର ଏକ ନିୟମ ରହିଛି ଯେ ଦୁର୍ବଳ ପ୍ରଦର୍ଶନ କରୁଥିବା କର୍ମଚାରୀମାନେ ପରସ୍ପରକୁ ଚାପୁଡ଼ା ମାରିବେ ଏବଂ ଏହା ମଧ୍ୟ ସମସ୍ତଙ୍କ ସାମ୍ନାରେ । ଏହା ଆପଣଙ୍କୁ ଆଶ୍ଚ ର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ଏହା ସତ ।
ରିପୋର୍ଟ ଅନୁଯାୟୀ, କମ୍ପାନୀ ସହ ଜଡିତ ଜଣେ ବ୍ୟକ୍ତି ଏହି ଘଟଣାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ଦାବି କରିଛନ୍ତି ଯେ କମ୍ପାନୀର ଅଧିକାରୀ ଏହିପରି ପ୍ରାୟ ଏକ ଡଜନ କର୍ମଚାରୀଙ୍କୁ ମଞ୍ଚ ଉପରେ ଠିଆ କରିଥିଲେ, ଯାହାଙ୍କର ପ୍ରଦର୍ଶନ ଦୁର୍ବଳ ଥିଲା। ଏହା ପରେ ସେମାନେ ପରସ୍ପରଙ୍କୁ ଚାପୁଡ଼ା ମାରିବାକୁ କୁହାଯାଇଛି। ଏହି ସମସ୍ତ କର୍ମଚାରୀ ଥିଲେ ଯାହାଙ୍କର ଟାର୍ଗେଟ ପୂରଣ ହୋଇ ପାରି ନ ଥିଲା । ଏହା ପରେ ସେମାନେ ପରସ୍ପରକୁ ଚାପୁଡ଼ା ମାରିଥିଲେ। ଯେତେବେଳେ ବ୍ୟକ୍ତି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହାକୁ ନେଇ ଅନେକ ଆଲୋଚନା ପ ର୍ଯ୍ୟାଲୋଚନା ହୋଇଥିଲା । ଅନେକ ଲୋକ ଏହି କମ୍ପାନୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏହି କମ୍ପାନୀର ଅଜବ ନିୟମ , ଖରାପ ପ୍ରଦର୍ଶନ କଲେ ମାରିବାକୁ ପଡେ ଚାପୁଡା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











