The Ultimate Managed Hosting Platform
ADVERTISEMENT

ଏସ୍‌ଟିଏଫ୍ ପଞ୍ଝାରେ ୨ ଗଞ୍ଜେଇ ବ୍ୟବସାୟୀ, ଦାମୀ ଗାଡ଼ି ସହ ବନ୍ଧୁକ ଜବତ

Facebook
Twitter
LinkedIn

ଭୁବନେଶ୍ୱର : ଏସ୍‌ଟିଏଫ୍ କବ୍‌ଜାରେ ୨ ଗଞ୍ଜେଇ ବେପାରୀ । ଏସ୍‌ଟିଏଫ୍ କୁ ପୁଣି ସଫଳତା । ଅନୁଗୁଳ କିଶୋରନଗର ବାଙ୍କପଲାଶା ଅଞ୍ଚଳରୁ ଗିରଫ କରିଛି ଏସ୍‌ଟିଏଫ୍ । ଗିରଫ ୨ ଜଣ ହେଲେ ସୁଶାନ୍ତ କୁମାର ସାହୁ ଏବଂ ଯୁଗଳ ସାହୁ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗଞ୍ଜେଇ କାରବାର ନେଇ ଏସ୍‌ଟିଏଫ୍ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଟିମ୍ ଅନୁଗୁଳ ବାଙ୍କପଲାଶା ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ ଟିମ୍। ସେମାନଙ୍କ ନିକଟରୁ ୧୬୫ କେଜି ଚୋରା ଗଞ୍ଜେଇ ଏବଂ ଏହାସହ ଗୋଟିଏ ଦାମୀ କାର୍ , ଗୋଟିଏ ପଲସର୍ ବାଇକ୍ ଏବଂ ଗୋଟିଏ ବନ୍ଧୁକ ମଧ୍ୟ ଜବତ କରିଛି ଏସ୍‌ଟିଏଫ୍ । ଏନେଇ ଏସ୍‌ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login