‘RRR’ ର ସିକ୍ୱେଲ ବିଷୟରେ ଅନେକ ଖବର ଆସିଛି । କିନ୍ତୁ ବର୍ତ୍ତମାନ ରାଜାମୌଲି ଏହାକୁ ନିଶ୍ଚିତ କରିଛନ୍ତି। ଏବଂ ତାଙ୍କ ପିତା ଭି ବିଜୟେନ୍ଦ୍ର ପ୍ରସାଦ ଏହି କାହାଣୀ ଉପରେ କାମ କରୁଛନ୍ତି ବୋଲି କହିଛନ୍ତି। ‘ଆରଆରଆର’ର କାହାଣୀ ଦୁଇ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁ (ରାମ ଚରଣ) ଏବଂ କୋମାରାମ ଭୀମ (Jr NTR) କୁ ଘେରି ରହିଛି। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୧୦୦ କୋଟିରୁ ଅଧିକ ସଂଗ୍ରହ କରିଛି ।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଚିକାଗୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏସ୍ ଏସ୍ ରାଜାମୌଲି କହିଛନ୍ତି ଯେ ମୋ ପିତା ମୋ ଚଳଚ୍ଚିତ୍ରର ପ୍ରତ୍ୟେକ କାହାଣୀର ଲେଖକ ଅଟନ୍ତି। ଆମେ RRR-୨ ବିଷୟରେ ଆଲୋଚନା କରୁଛୁ ଏବଂ ସେ ଏହାର କାହାଣୀ ଉପରେ କାମ କରୁଛନ୍ତି ।

Views: 178











