ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ୫୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ । ପ୍ରତାପ ତୋମାର, ସ୍ୱପ୍ନିଲ, ଅଖିଲଙ୍କ ସଫଳତା । ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍ଭେଣ୍ଟରେ ରୈାପ୍ୟ । ହାଙ୍ଗଝୌ ଏସିଆନ୍ ଗେମ୍ସରେ ଆଜି ସକାଳ ଆରମ୍ଭ ହୋଇଥିଲା ସ୍ବର୍ଣ୍ଣ ପଦକା। ୫୦ ମିଟର ପୁରୁଷ ରାଇଫଲ ଥ୍ରି ପୋଜିସନ୍ ଟିମ୍ ଇଭେଣ୍ଟରେ ଐଶ୍ବର୍ୟ୍ୟ ପ୍ରତାପ ସିଂହ ତୋମର, କୁଶଲେ ସ୍ବପ୍ନିଲ ଏବଂ ଅଖିଲ ସେଓରାନଙ୍କ ଟିମ୍ ମୋଟ ୧୭୬୯ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ସେହିଭଳି ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ୧୮ ବର୍ଷୀୟ ଇସା ସିଂହ, ପଲକ ଓ ଦିବ୍ୟାଙ୍କୁ ନେଇ ଗଠିତ ଭାରତୀୟ ଟିମ୍ ଦ୍ବିତୀୟ ହୋଇ ରୌପ୍ୟ ପଦକ ହାସଲ କରିଛି । ଫଳରେ ଏସିଆନ ଗେମ୍ସରେ ରେକର୍ଡ଼ ସଂଖ୍ୟକ ୧୮ଟି ପଦକ ଜିତିଛି ଭାରତୀୟ ସୁଟିଂ ଟିମ୍ । ଏଥିସହ ୮ ଟି ସ୍ବର୍ଣ୍ଣ, ୧୦ ରୌପ୍ୟ,୧୧ ବ୍ରୋଞ୍ଜ ସହ ଭାରତକୁ ୨୯ ପଦକ ମିଳିଛି। ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ଭାରତ।
Views: 108











