ପୁରୀ : ନୂଆବର୍ଷରୁ ଆହୁରି ସୁଗମ ହେବ ମହାପ୍ରଭୁଙ୍କ ଦର୍ଶନ । ବଡଦାଣ୍ଡରେ ସେଣ୍ଟ୍ରାଲ ଏସି ଟନେଲ ବ୍ୟବସ୍ଥା ହେବ । ମରିଚିକୋଟ ଛକରୁ ସିଂହଦ୍ୱାର ଯାଏଁ ଟନେଲ ବ୍ୟବସ୍ଥା ହେବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସରିବା ଲକ୍ଷ୍ୟ । ପାର୍କିଂ ପାଇଁ ୩ଟି ମଲଟି ଲେବୁଲ ପାର୍କିଂ ବ୍ୟବସ୍ଥା । ମରିଚିକୋଟ ଛକରୁ ସିଂହଦ୍ୱାର ଯାଏଁ ଉଠା ଦୋକାନୀ ହଟିବେ । ଉଠା ଦୋକାନୀଙ୍କୁ ଶ୍ରୀସେତୁ ନିକଟରେ ଥଇଥାନ ବ୍ୟବସ୍ଥା । ଏପଟେ ପୁରୀ ଆସୁଥିବା ଭକ୍ତ ଓ ଦର୍ଶନାର୍ଥୀଙ୍କ ପାଇଁ ଖୋଲିଛି ଜେଲରୋଡ୍ ମଲ୍ଟି ଲେବଲ୍ କାର ପାର୍କିଂ । ଅତିରିକ୍ତ ଜିଲ୍ଲପାଳ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ପାର୍କିଂରେ ପ୍ରାୟ ୫ଶହ କାର୍ ଓ ୫ଶହ ବାଇକ୍ ଏକକାଳୀନ ରହିପାରିବ । ଜଗନ୍ନାଥ ବଲ୍ଲଭ ପାର୍କିଂ ଫୁଲ୍ ହୋଇଯିବା ପରେ ଏହି ମଲ୍ଟି ଲେବଲ ପାର୍କିଂକୁ ବ୍ୟବହାର କରାଯାଇଛି । ଭୁବନେଶ୍ୱର ପରେ ଓଡ଼ିଶାର ଏହା ଦ୍ୱିତୀୟ ମଲ୍ଟି ଲେବଲ୍ କାର ପାର୍କିଂ । ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ କାର୍ତ୍ତିକ ପୁର୍ଣ୍ଣମୀ ଓ ପଞ୍ଚକ ଦର୍ଶନ ସମୟରେ ଭକ୍ତମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଥିଲା । ଏହାରି ଭିତରେ ନୂଆ ବର୍ଷରେ ନୂଆ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । ତେବେ ଏହି କାର୍ୟ୍ୟ କେବେଠାରୁ ଆରମ୍ଭ ହେବ ସେ ନେଇ ସୂଚନା ଦିଆଯାଇ ନାହିଁ ।
ଏସି ଟନେଲ ଦେଇ ସିଂହଦ୍ୱାରରେ ପହଁଞ୍ଚିବେ ଭକ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











