ଭୁବନେଶ୍ୱର : ଏକତରଫା ପ୍ରେମରେ ବିଫଳ ପରେ ଉନ୍ମତ୍ତ କାଣ୍ଡ । ଭୁବନେଶ୍ୱରରେ ଯୁବତୀଙ୍କ ଏସିଡ ଫିଙ୍ଗିବା ଉଦ୍ୟମ । ସହିଦନଗର ଥାନା ଅଞ୍ଚଳରେ ଉନ୍ମତ୍ତକାଣ୍ଡ । ଯୁବକକୁ କାବୁ କରି ପୋଲିସର ଜିମା ଦେଲେ ଲୋକେ । ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ ସୁନୀଲ ସେଠି । ଝିଅ ରାଜି ନହେବାରୁ ଜବରଦସ୍ତ କରିବାକୁ ଉଦ୍ୟମ କରିଥିଲା । ଏପରିକି ଯୁବତୀଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲା । ଆଜି ଏସିଡ ମାଡ଼ କରିବାକୁ ଆସିଥିବା ବେଳେ କାବୁ କରିଥିଲେ ସ୍ଥାନୀୟ ଲୋକେ । ଅଭିଯୋଗ ପରେ ସହିଦ ନଗର ଥାନା ପୋଲିସ ଯୁବକକୁ ଗିରଫ କରିଛି ।
Views: 51