ନୂଆଦିଲ୍ଲୀ : ଆଜି ଭାରତ-ପାକିସ୍ତାନ ମଧ୍ୟରେ ମହା ମୁକାବିଲା । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହେବ ସୁପର ସଣ୍ଡେର ସୁପର ମୁକାବିଲା । ଆଜି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ପୁଣି ହେବେ ମୁହାଁମୁହିଁ । ପ୍ରତିଶୋଧ ନେବାକୁ ପଡିଆକୁ ଓହ୍ଲାଇବ ପାକିସ୍ତାନ ଦଳ । ଦବଦବାକୁ କାଏମ ରଖିବାକୁ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଜିର ଟିମ ଇଣ୍ଡିଆର ରଣନୀତି ଉପରେ ନଜର ରହିବ । ଅଭିଷେକ ଶର୍ମା ଓ ଗିଲଙ୍କ ଯୋଡ଼ି ଓପନିଂ କରିପାରନ୍ତି । ପାୱାର ପ୍ଲେରେ ଆକ୍ରମଣାତ୍ମକ ସଟ ଖେଳୁଛନ୍ତି ଅଭିଷେକ । କିନ୍ତୁ ଗ୍ରୁପ ପର୍ୟ୍ୟାୟରେ ଗିଲଙ୍କ ତରଫରୁ ଭଲ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ । ମିଡିଲ ଅର୍ଡରରେ ସୂର୍ୟ୍ୟ କୁମାର ଯାଦବ ଏବଂ ଶିବମ ଦୁବେ ଭଲ ସଟ୍ ଖେଳୁଛନ୍ତି । ଷ୍ଟାର ଅଲରାଣ୍ଡର ଅକ୍ଷର ପଟେଲଙ୍କ ଆହତ ସମସ୍ୟା ଯୋଗୁଁ ତାଙ୍କ ଫିଟନେସ୍ ଉପରେ ପ୍ରଶ୍ନ ରହିଛି। ସ୍ପିନ ଭାର ସମ୍ଭାଳିପାରନ୍ତି କୁଲଦୀପ ଯାଦବ । ଭାରତ-ପାକିସ୍ତାନ ଟି-ଟ୍ବେଣ୍ଟି ଇତିହାସ ଦେଖିଲେ ଭାରତର ପଲ୍ଲା ଭାରୀ ରହିଛି । ଭାରତ-ପାକିସ୍ତାନ ମୋଟ ୧୪ ଟି-୨୦ ମ୍ୟାଚ୍ ହୋଇଛି । ଭାରତ ଜିତିଛି ୧୧ ଥର ଏବଂ ପାକିସ୍ତାନ ଜିତିଛି ୩ ଥର । ଦୁବାଇ ଗ୍ରାଉଣ୍ଡରେ ଉଭୟ ଟିମ ୪ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୨ଥର ଏବଂ ପାକିସ୍ତାନ ୨ ଥର ଜିତିଛି । ଶେଷ ୫ ମ୍ୟାଚରୁ ଟିମ ଇଣ୍ଡିଆ ୪ଟି ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ ଖାତାକୁ ଯାଇଛି ଗୋଟିଏ ବିଜୟ । ଅନ୍ୟପଟେ ଆଜିର ମ୍ୟାଚରେ ଦୁଇ ଦଳ ପରସ୍ପରକୁ ହ୍ୟାଣ୍ଡସେକ୍ କରିବେ କି କି ନାହିଁ, ତାକୁ ନେଇ ଚର୍ଚ୍ଚା ।
ଏସିଆ କପ ; ଆଜି ଭାରତ-ପାକିସ୍ତାନ ମୁକାବିଲା
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











