କଟକ : ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ୨ କେଜି ୧୦୦ ଗ୍ରାମ ସୁନା ସହ ୧୭ ଲକ୍ଷ ଠାବ କରିଥିଲା ଭିଜିଲାନ୍ସ । ୩ଟି ଫ୍ଲାଟ ସହ ଭୁବନେଶ୍ୱରରେ ଘର କିଣିବାକୁ କୋଟିଏ ଦେଇଛନ୍ତି । ଭୁବନେଶ୍ୱର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ରେ ରହିଛି ୧୧ଟି ପ୍ଲଟ । ସେ ଭୁବନେଶ୍ବରରେ ଏକ ଫୋର ବିଏଚକେ ଫ୍ଲାଟ କିଣିବା ପାଇଁ ସେ ୧ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ। ପୁରୀରେ ରହିଛି ତାଙ୍କର ଦୁଇଟି ବେନାମୀ ଫ୍ଲାଟ । ରଣପୁରରେ ୧୪ ଏକରର ଏକ ଫାର୍ମ ହାଉସ । ୩୦୦ ଗ୍ରାମର ସୁନା ବିସ୍କୁଟ ସହିତ ଦୁଇ କିଲୋ ଏକ ଶହ ଗ୍ରାମ ସୁନା ଓ ନଗଦ ୧୭ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଛି । ଏହା ସହ ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କର ୧୭ ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ୍, ଦୁଇଟି ବେନାମୀ କାର୍ ଠାବ ହୋଇଥିଲା ।
Views: 17