The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଏମିତି ବାହାଘର ବାସ୍ତବରେ ନିଆରା ଓ ଆଦର୍ଶ

Facebook
Twitter
LinkedIn

ପ୍ରିୟ ପାଠକ ବନ୍ଧୁ । ବାହାଘର କହିଲେ ଆପଣ ମାନେ ଯାଣିଥିବେ । ବଜା, ବାଣ ରୋଷଣି ସାଙ୍ଗକୁ ବ୍ରାସ୍ ଡିଜେ ଛାତି ଫଟା ଶଦ୍ଧରେ ବର ଆସିଥାଏ । ନାନା ବ୍ରାଣ୍ଡର ଭଳିକି ଭଳି ମଦ ବୋତଲ ସାଙ୍ଗକୁ ବରଯାତ୍ରୀ ମାନଙ୍କର ଉନ୍ମାଦ ନୃତ୍ୟ ଦାଣ୍ଡ ଦୁଲୁକାଇ ଥାଏ । ଏହା ପରେ କନ୍ୟା ଘର ବହୁ ବ୍ୟୟ କରି ଭଲିକି ଭଳି ସୁଆଦିଆ ଖାଦ୍ୟ ସାଙ୍ଗକୁ ଚିକେନ, ମଟନ, ମାଛ ଆଦି ପୁର୍ଣ୍ଣ ମାତ୍ରାରେ ନ ପରସେ ତେବେ କଥା ସରିଲା । ୧୨ ବର୍ଷର ତପସ୍ୟା ଶୁଖୁଆ ଝୋଳରେ ଯିବା ଭଳି ହେବା ସୁନିଶ୍ଚିତ । ମାତ୍ର ଆଜି ଆମେ ଏମିତି ଏକ ବାହାଘର କଥା କହୁଛୁ ଯେ ଆଜିର ସମାଜରେ ଅଧୁନିକତାର ଦ୍ୱାହୀ ଦେଇ ବ୍ୟୟ ବହୁଳ ବାହାଘର କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଏକ ଉଦାହରଣ ହୋଇପାରିବ । ହଁ ପାଠକ ବନ୍ଧୁ ଆମେ ଆଣୁଛୁ ଏଭଳି ଏକ ବିବାହ ଯାହା ହୁଏତ ଆପଣ ପୂର୍ବରୁ କେବେ ଦେଖିନଥିବେ । ତେବେ ଏହି ବିବାହଟି ଗତ ମାର୍ଚ୍ଚ ୮ ତାରିଖରେ କେନ୍ଦ୍ରାପଡା ଠାରେ ଦେଖିବାକୁ ମିଳିଥିଲା । ସମାଜକୁ ଦିଗ୍ ଦର୍ଶନ ଦେବାପାଇଁ ବରକନ୍ୟାଙ୍କ ଆଗ୍ରହରେ ହୋଇଛି ଏକ ଆଦର୍ଶ ବିବାହ ।

ଯେଉଁ ବିବାହରେ ନା ବାଜିଥରଲା ବାଜା, ନା ଫୁଟିଥିଲା ବାଣ, ନା ବ୍ରାସ୍ କି ଡିଜେ ସ୍ୱରରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ, ନା ଦେକାଯାଇଥିଲା ବରଯାତ୍ରୀ ମାନଙ୍କର ଉନ୍ମାଦ ନାଚ । କେବଳ ମନ୍ତ୍ର ଧ୍ୱନୀ, ଶଙ୍ଖ ହୁଳହୁଳି ଓ ସାଧସ୍ନ୍‌ଙ୍କ ସମାଗମରେ ଚାଲିଥିଲା ବାହାଘର । ବର ପ୍ରସନ୍ନ ପରିଡା ଓ କନ୍ୟା ମୀତା ମହାକୁଡ ଉଭୟେ ଗୋପୂଜନ କରିବା ପରେ ବାହଘରରେ ନିମନ୍ତ୍ରୀତ ହୋଇ ଆସିଥିବା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ରୁ ଉର୍ଦ୍ଧ ସାଧୁସନ୍ଥଙ୍କୁ ପୂଜାର୍ଚ୍ଚନା ଓ ସମ୍ବର୍ଦ୍ଧନା କରି ସେମାନଙ୍କ ଠାରୁ ଆଶୀର୍ବାଦ ନେଇ ବସିଥିଲେ ବିବାହ ବେଦୀରେ ।

ଯେଉଁଠି ପଡିଥିଲା ଊଭୟଙ୍କ ହସ୍ତ ଗଣ୍ଠି । ଅନ୍ୟପକ୍ଷେ ବ୍ୟଞ୍ଜନ କଥା କହିଲେ ଖାଣ୍ଟି ଗୁଆଘିଅରେ ନିର୍ମିତ ଭଳିକି ଭଳି ବ୍ୟଞ୍ଜନ ସାଧୁସନ୍ଥ ମାନଙ୍କୁ ପରସା ଯିବା ସହ ବିଭାଘରକୁ ଆସିଥିବା ନିମନ୍ତ୍ରୀତ ଅତିଥି ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ପରସା ଯାଇଥିଲା । ତେବେ ଏପରି ବିବାହକୁ ନେଇ ବର ପ୍ରସମ୍ନ କହିଥିଲେ ଯେ ସଂସାର ଜୀବନରେ ପାଦଥାପିଲା ପୂର୍ବରୁ ସାଧସନ୍ଥ ଓ ଗୁରୁଗୁରଜନଙ୍କ ଆଶୀର୍ବାଦ ନେଲେ ତାହା ଦାମ୍ପତ୍ୟ ଜୀବନରେ ଆନନ୍ଦ ଦେବା ସହ ଏକ ସୁନ୍ଦର ସଂସାର ଗଢିବାରେ ସହାୟକ ହେବ । ଏହା ଆମ୍ଭେ କରିନୁ ପୁରାତନ ଯୁଗକୁ ଦେଖିଲେ ଏହାର ବହୁ ଉଦାହରଣ ରହିଥିବା ବେଳେ ଆମ୍ଭେ ମାତ୍ର ବୁନ୍ଦାଟେ ଦେଇଛୁ । ଆଶା କରୁଛି ସପୁର୍ଣ୍ଣ ନହେଲେ ବି ଏହାକୁ କିଛି କିଛି ଲୋକେ ଅବଲମ୍ବନ କଲେ ଧିରେ ଧିରେ ସମାଜରୁ ଅପସଂସ୍କୃତି ଦୂରେଇ ଯିବା ସହ ମାଙ୍ଗଳିକ କାର୍ଯ୍ୟରେ ମାଛ,ମାଂସ ଆଦି ଫଶୁବଳି ଭୋଜନ ଦୂରେଇ ଯିବ ।

ଅନ୍ୟପକ୍ଷେ ଗୋପ ସ୍ଥିତ କମଳ ଭବନ ଠାରେ ଚାଲିଥିବା ଏହି ବିବାହ କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମକୁ ଆସିଥିବା ଅତିଥି ଅଭ୍ୟାଗତ ମାନେ ବରକନ୍ୟାଙ୍କ ଏଭଳି ପ୍ରୟାସ ଖୁବ୍ ପ୍ରଶଂସା କରିବା ସହ ସୁଖଦ ଦାମ୍ପତ୍ୟ ଜୀବନ ପାଇଁ ଆଶୀର୍ବାଦ କରିଥିଲେ ।
ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login