The Ultimate Managed Hosting Platform
ADVERTISEMENT

ଏମଭି-୨୬ ପୋଡାଜଳା ; ପୁଣି ୬ ଗିରଫ , BNS ୧୬୩ ପ୍ରତ୍ୟାହାର

Facebook
Twitter
LinkedIn

ମାଲକାନଗିରି : ଏମଭି-୨୬ ପୋଡାଜଳା ଘଟଣାରେ ପୁଣି ୬ ଗିରଫ । ଗତକାଲି ୯ ଗିରଫ ହୋଇଥିଲେ ଆଜି ପୁଣି ୬ ଜଣଙ୍କୁ ଗିରଫ କରାଯାଇଛି । ମୋଟ ଗିରଫ ସଂଖ୍ୟା ୧୫ରେ ପହଁଚିଛି । ଅନ୍ୟପଟେ ଧୀରେ ଧୀରେ ମାଲକାନଗିରିକୁ ଫେରୁଛି ଶାନ୍ତି । ରାଖାଲଗୁଡା ଓ ଏମଭି-୨୬ ଗାଁରେ ପ୍ରତ୍ୟାହାର ହୋଇଛି BNS ୧୬୩ । ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ପରେ ବିଏନଏସ ୧୬୩ ଲାଗୁ ହୋଇଥିଲା । ବିଏନଏସ ୧୬୩ ପ୍ରତ୍ୟାହାର ହୋଇଛି, କିନ୍ତୁ ଇଣ୍ଟରନେଟ କଟକକଣା ବଳବତ୍ତର ରହିଛି । ଦିନ ୧୨ଟା ପର୍ୟ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଦିବାସୀ ନେତାଙ୍କ ସହ ଆଲୋଚନା ହୋଇଛି । ଜମିଜମା ବିବାଦର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି । ମୃତକଙ୍କ ପରିବାରକୁ ପୂର୍ବରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଉ ୪ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି । ସେହିପରି ହିଂସାକାଣ୍ଡରେ କ୍ଷତିଗ୍ରସ୍ତ ଲୋକଙ୍କୁ ଖୁବ ଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login