ନୂଆଦିଲ୍ଲୀ : ହରିୟାଣାର କୁରୁକ୍ଷେତ୍ରରେ କୃଷକ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି। ଆଲୋଚନା ବିଫଳ ହେବା ପରେ କୃଷକମାନେ ପୁଣି ଥରେ ଦିଲ୍ଲୀ-ହରିୟାଣୀ ୪୪ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଏହି ରାଜପଥ ଦିଲ୍ଲୀ ଓ ହରିୟାଣା ଏପରିକି ଚଣ୍ଡିଗଡ଼ ମଧ୍ୟରେ ମୁଖ୍ୟ ରାସ୍ତା ହୋଇଥିବାରୁ ଏହାର ଅବରୋଧ ଦ୍ବାରା ସାଧାରଣ ଲୋକଙ୍କ ସମସ୍ୟା ବଢିଯାଇଛି । ଉଭୟ ପଟେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି । କୃଷକମାନେ ହରିୟାଣାରେ ଏମଏସପି ଦରରେ ସୂର୍ୟ୍ୟମୁଖୀ ମଞ୍ଜି କ୍ରୟ ପାଇଁ ଦାବି କରୁଛନ୍ତି । ଏହି ଦାବି ନେଇ ଭାରତୀୟ କିଷାନ ୟୁନିୟନ ( ଚାରୁନି) ପକ୍ଷରୁ ହରିୟାଣାର ପିପଲି ଠାରେ ଏକ କୃଷକ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା । ହରିୟାଣା ବ୍ୟତୀତ ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରୁ ବହୁ ସଂଖ୍ୟକ କୃଷକ ଏହି ରାଲିରେ ଅଂଶଗ୍ରହଣ କରିଥିଲେ।
Views: 86