The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଏବେଠୁ ଜାଳିଲାଣି ତାତି

Facebook
Twitter
LinkedIn

ଭୁବନେଶ୍ବର: ଏବେଠୁ ଅନୁଭଊତ ହେଲାଣି ବୈଶାଖ ତାତି। ଏବେଠୁ ଜଳିଲାଣି ଓଡ଼ିଶା। ମାଘ ମାସରେ ବା ଫେବୃଆରୀରରୁ ଅନୁଭୂତ ହେଲାଣି ଅସହ୍ୟ ତାତି। ହଠାତ ଗାଏବ ହୋଇଗଲା ଶୀତ। ରାଜ୍ୟର ଅଧାରୁ ଅଧିକ ସହରର ତାପମାତ୍ରା ଏବେ ୩୦ ଡିଗ୍ରୀ ଉପରେ । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ବଢୁଛି । ଉପକୂଳରେ ସ୍ବାଭାବିକ ତାପମାତ୍ରା ୨ରୁ ୫ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ବାଭାବିକଠାରୁ ୩ରୁ ୭ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି। ଆସନ୍ତା ୪ ଦିନ ପର୍ୟ୍ୟନ୍ତ ତାପମାତ୍ରା ଆହୁରି ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଭଳି ଖରା ଦେଖି ଅସ୍ତବ୍ୟସ୍ଥ ହେଲେଣି ଲୋକେ। ଏଲନିନୋର ପ୍ରଭାବ ଯୋଗୁଁ ଶୁଷ୍ମ ବାୟୁ ପ୍ରବାହିତ ହେଉଛି । ତାପମାତ୍ରା ବଢୁଛି, ଏବେଠୁ ଗରମ ଅନୁଭୂତ ହେଉଛି । ତେବେ ମାଘ ମାସରେ ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା ଓ ଗରମ ଅନୁଭୂତ ହେବା ଅସ୍ୱାଭାବିକ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ , ଭକ୍ତ ରହିଛନ୍ତି ଅପେକ୍ଷାରେ

ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ , ଭକ୍ତ ରହିଛନ୍ତି ଅପେକ୍ଷାରେ

ପୁରୀ : କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ । କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତ ଖୁସିରେ...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟରେ ସାମିଲ ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୁମ୍ବାଇ କୋକିଳାବେନ ଧୀରୁଭାଇ ଅମ୍ବାନୀ ମେଡିକାଲରୁ ଶୁଭେଛା ଜଣାଇଛନ୍ତି...

ADVERTISEMENT
ଆରମ୍ଭ ହେଲା ପହଣ୍ଡି ; ପ୍ରଭୁ ସୁଦର୍ଶନ , ବଡ ଠାକୁର ବଳଭଦ୍ରଙ୍କ ପରେ ମା ସୁଭଦ୍ରାଙ୍କ ପହଣ୍ଡି ବିଜେ

ଆରମ୍ଭ ହେଲା ପହଣ୍ଡି ; ପ୍ରଭୁ ସୁଦର୍ଶନ , ବଡ ଠାକୁର ବଳଭଦ୍ରଙ୍କ ପରେ ମା ସୁଭଦ୍ରାଙ୍କ ପହଣ୍ଡି ବିଜେ

ପୁରୀ ; ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜୀଉ। ପୁରୀରେ ଏବେ ନୀତିକାନ୍ତି ପରେ ଆରମ୍ଭ ହୋଇଛି...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ପୁରୀ : ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ସାରା ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ...

Login