ବାଲେଶ୍ୱର : ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ୨ ଗିରଫ । ଜଣେ ଛାତ୍ର ଓ ଜଣେ ଅଣଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।ତା ଭିତରୁ ଜଣେ ଏବିଭିପିର ରାଜ୍ୟ ସହ ସଂପାଦକ । ଛାତ୍ରୀ ମୃତ୍ୟୁ ଘଟଣାର ଷଡଯନ୍ତ୍ର ପଛରେ ଥିଲେ ଏହି ୨ଜଣ ଛାତ୍ରନେତା । ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ କଲେଜରେ ଲଢ଼େଇ କରୁଥିବା ବେଳେ ତାଙ୍କୁ ଜୀବନ ହାରିବା ପାଇଁ ଏହି ଦୁଇ ଛାତ୍ର ପ୍ରବର୍ତ୍ତାଇଥିଲେ ।
ଛାତ୍ରୀ ଆତ୍ମହୁତି ବେଳେ ମୋବାଇଲ ଭିଡ଼ିଓ କରିବା ସହିତ ଜୀବନ ହାରିବା ଉଦ୍ୟମ ପାଇଁ ସହଯୋଗ କରିଥିଲେ । ଗିରଫ ୨ ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତି ପ୍ରକାଶ ବିଶ୍ୱାଳ । ଜ୍ୟୋତି ପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଘଟଣା ଦିନ ନିଜେ ଆହତ ହୋଇଥିଲେ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ଏମାନଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
Views: 8