କଟକ : ବାଲେଶ୍ବର ଏଫଏମ କଲେଜ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ଘଟଣାକୁ “ଲଜ୍ଜାଜନକ” କହିଲେ ସୁପ୍ରିମକୋର୍ଟ । ଜଷ୍ଟିସ ସୂର୍ୟ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ଘଟଣାକୁ “ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ” ବୋଲି କହିଛନ୍ତି । ସୁପ୍ରିମ କୋର୍ଟ ମହିଳା ଓକିଲ ସଂଘ ପକ୍ଷରୁ ଏହି ଘଟଣାକୁ ସୁପ୍ରିମକୋର୍ଟଙ୍କ ନଜରକୁ ଅଣାଯାଇଥିଲା । ଏହି ଘଟଣାରେ କେନ୍ଦ୍ର ସରକାର ଓ ସମସ୍ତ ପକ୍ଷଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଗ୍ରାମାଞ୍ଚଳରେ ସ୍କୁଲ ଛାତ୍ରୀ, ମହିଳା ଓ ଶିଶୁଙ୍କୁ ସୁରକ୍ଷା କରିବା ପାଇଁ କଣ ପଦକ୍ଷେପ ନିଆଯାଇପାରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଦେଶରେ ଏପରି ଘଟୁଛି, ଯାହା ଦୁର୍ଭାଗ୍ୟଜନକ ଓ ଆମକୁ ଲଜ୍ଜିତ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି ।ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମକଦ୍ଦମା ନୁହେ, ବରଂ ସମାଜର ସବୁଠାରୁ ଅସୁରକ୍ଷିତ ଲୋକଙ୍କୁ ସଶକ୍ତ କରିବା ପାଇଁ କାର୍ୟ୍ୟକାରୀ ପଦକ୍ଷେପ ଆବଶ୍ୟକ ।
Views: 18