ନୂଆଦିଲ୍ଲୀ : ବିହାରର ଶାସକ ଦଳ ଜେଡିୟୁ (ଜନତା ଦଳ ୟୁନାଇଟେଡ) ଏବଂ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ମଧ୍ୟରେ ତିକ୍ତତା ଲାଗିରହିଛି। ନୀତୀଶ କୁମାର ତାଙ୍କ ଶାସକ ପାର୍ଟନର ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଏବଂ ଇଣ୍ଡିଆ ବ୍ଲକ ସଦସ୍ୟ କଂଗ୍ରେସ ଉପରେ ରାଗିଛନ୍ତି। ଏହାରି ମଧ୍ୟରେ ନୂତନ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ବିଜେପି ପକ୍ଷକୁ ଯାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।
ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ୟ୍ୟଙ୍କ ଡିଲିଟ୍ ହୋଇ ଯାଇଥିବା ଏକ ଟ୍ବିଟ୍ ତାଙ୍କୁ ଆଘାତ ଦେଇଛି। ଯେଉଁଥିରେ ରୋହିଣୀ ବିହାର ମୁଖ୍ୟମନ୍ତ୍ରୀଙ୍କ ‘ପରିବାରବାଦ’ ମନ୍ତବ୍ୟକୁ ନେଇ କଡ଼ା ଜବାବ ଦେଇଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଂଶବାଦ ରାଜନୀତିକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ୟ୍ୟ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ନୀତୀଶ କୁମାର କର୍ପୂରୀ ଠାକୁରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ବଂଶବାଦ ରାଜନୀତିକୁ ସମାଲୋଚନା କରିବା ସହ କହିଥିଲେ, ସେ ରାଜନୀତିରେ ନିଜ ପରିବାରକୁ ପ୍ରୋତ୍ସାହିତ କରିନାହାନ୍ତି। ବିଜେପି ତୁରନ୍ତ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ୟ୍ୟ ଏ ନେଇ ଏକ ଟୁଇଟ୍ କରିଥିଲେ।
ଏନଡିଏରେ ମିଶିବେକି ନୀତିଶ କୁମାର !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











