ଭୁବନେଶ୍ୱର : ଏଥର କମ ବର୍ଷିବ । ମୌସୁମୀ ବର୍ଷା ଦେଶରେ ଅଧିକ ରାଜ୍ୟରେ କମ୍ । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆକଳନ ଅନୁସାରେ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ହେଲେ ରାଜ୍ୟରେ ବର୍ଷାର ପରିମାଣ କମିବାର ଯଥେଷ୍ଟ ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଡିଜିଙ୍କ କହିବା ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି । ତେଣୁ ମୌସୁମୀ ପ୍ରଭାବରେ ଦେଶରେ ୧୦୬ ପ୍ରତିଶତ ବର୍ଷା ହୋଇପାରେ । କିନ୍ତୁ ଓଡିଶାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍ ରହିବ । ବର୍ଷା କମିଲେ, କୃଷି ପ୍ରଧାନ ଓଡିଶାରେ ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି ।
Views: 78











