କଟକ : ଏଥର ଡ୍ରୋନ ଜଗିବ ପାର୍ବଣ ଭିଡ । କେତେକ ସ୍ଥାନରେ ପୂଜା ଉପରେ ନଜର ରଖିବ ସିସିଟିଭି ଓ ଡ୍ରୋନ । ଏଥର ଦୁର୍ଗାପୂଜା ସୁରକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ପୂଜା ପାଇଁ ଜୋରଜବରଦସ୍ତ ଚାନ୍ଦା ଆଦାୟକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି ଡିଜିପି । ଅଭିଯୋଗ ଆସିଲେ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ଡିଜିପି ।
Views: 63











