The Ultimate Managed Hosting Platform
ADVERTISEMENT

ଏଥର ଖରା ଯେମିତି ବର୍ଷା ବି ସେମିତି

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେବ। ପ୍ରବଳ ତାତି ସାଙ୍ଗକୁ ବାରମ୍ବାର ଗ୍ରୀଷ୍ମ ଲହରୀ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିବ। ଏ ବର୍ଷ ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ସହ ବରିଷ୍ଠ ବିଶେଷଜ୍ଞମାନେ ବହୁ ପୂର୍ବରୁ ଚେତାବନୀ ଦେଇ ସାରିଛନ୍ତି। କିନ୍ତୁ ଏହାରି ଭିତରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ବି ଆସିଛି। ଚଳିତବର୍ଷ ଖରା ଭଳି ପ୍ରଚୁର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଏପରିକି, ମୌସୁମୀ ୪ମାସ ମଧ୍ୟରୁ ଜୁଲାଇରୁ ସେପ୍ଟେମ୍ବର ପର୍ୟ୍ୟନ୍ତ ୩ ମାସ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ମୌସୁମୀ ସ୍ଥିତିକୁ ନେଇ ପ୍ରାଥମିକ ଭାବେ କିଛି ମଡେଲ୍ ଏଭଳି ଆକଳନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login