ଭୁବନେଶ୍ୱର : ସକାଳ ୮ଟା ୩୦ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୪.୮ ଡିଗ୍ରୀ । ଆଜି ସକାଳ ସାଢ଼େ ୮ଟା ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ଝାରସୁଗୁଡ଼ାରେ ସର୍ବାଧିକ ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁର ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା । ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ୍ ହୋଇପଡୁଛି । ଆହୁରି ୪ଦିନ ପ୍ରବଳ ତାତି । ୨୫ ତାରିଖ ଯାଏ ଖରାରୁ ନିସ୍ତାର ନାହିଁ । ସମ୍ବଲପୁରରେ ୩୪.୪, କଟକରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୩ ଦିନ ଭିତରେ ୩ ରୁ ୫ ଡିଗ୍ରୀ ସେଲସିୟସ ବଢ଼ିବ ତାପମାତ୍ରା ।
Views: 21