The Ultimate Managed Hosting Platform
ADVERTISEMENT

ଏଣିକି ମାଗଣାରେ ବସରେ ଯାଇପାରିବେ ଶ୍ରମିକ

Facebook
Twitter
LinkedIn

ନୂଆଦିଲ୍ଲୀ : ଗରିବ ଶ୍ରମିକ ଓ ଦିନ ମଜୁରିଆଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଦିଲ୍ଲୀ ସରକାର ଶ୍ରମିକଙ୍କୁ ଡିଟିସି ବସରେ ମାଗଣାରେ ଯିବା ପାଇଁ ବାର୍ଷିକ ପାସ ଦେବା ପାଇଁ ଘୋଷଣା କରିଛନ୍ତି । ଏହା ସହିତ ଶ୍ରମିକଙ୍କ ପିଲାଙ୍କୁ ଫ୍ରିରେ କୋଚିଂ ଦିଆଯିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ବସରେ ମହିଳାମାନେ ମାଗଣାରେ ଯାତ୍ରା କରିବାର ସୁବିଧା ଦେବା ପରେ ଏବେ ଶ୍ରମିକଙ୍କ ପାଇଁ ମାଗଣା ବସ୍ ଯାତ୍ରା ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶ୍ରମ ବିଭାଗ ସହ ବୈଠକ କରିଥିଲେ । ଏବଂ ଶ୍ରମିକଙ୍କ ପାଇଁ ଆଶ୍ରୟସ୍ଥଳ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସରକାରୀ ଯୋଜନାରେ ପଞ୍ଜିକୃତ ହୋଇଥିବା ୧୩ଲକ୍ଷ ଶ୍ରମିକଙ୍କ ନିକଟରେ ଏହି ସୁବିଧା ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login