ଭୁବନେଶ୍ୱର : ଏଚଏମପିଭି ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ । ପ୍ରସ୍ତୁତ ରହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ମୁକାବିଲା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଆଜି ବୈଠକ ଡାକିଛନ୍ତି । ଲୋସସେବା ଭବନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ସ୍ବାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଏଚଏମପିଭି ଓ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ହେଉଛି ଆଲୋଚନା । ଚୀନ ପରେ ଭାରତରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଯଥା ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
ଏହି ଭାଇରସକୁ ୨୦୦୧ ମସିହାରୁ ଚିହ୍ନଟ କରାଯାଇଥିଲା । ଏହା ସିଜିନାଲ ଭାଇରସ୍ , ଭୟ କରନ୍ତୁ ନାହିଁ। ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇନାହିଁ। ଯେଉଁଠି ଭାଇରସ ଦେଖାଯାଇଛି ସେଠି ଗାଇଡଲାଇନ ଜାରି ହୋଇଛି। ଆମ ରାଜ୍ୟରେ ଭାଇରସ୍ ଦେଖାଯାଇନାହିଁ । ଭୁବନେଶ୍ବର ଏମ୍ସରେ ଏହାର ଟେଷ୍ଟ କରାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
Views: 37