ନୂଆଦିଲ୍ଲୀ : ଋଷରେ ଶକ୍ତିଶାଳୀ ଭୂକମ୍ପ । ଋଷରେ ଥିବା ଶିବେଲୁଚ ଆଗ୍ନେୟଗିରି ବିସ୍ଫୋରଣ ହୋଇଛି । ଋଷର ଉପକୂଳରେ ଭୂମିକମ୍ପ ଅନୁଭୂତ ହେବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ରହିଛି । ଆଗ୍ନେୟଗିରି ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୮ କିଲୋମିଟର ରହିଥିଲା ।ମିଳିଥିବା ସୂଚନା ଅନୁଯାୟୀ, ଆଗ୍ନେୟଗିରିରୁ ବିପୁଳ ପରିମାଣର ଲାଭା ବାହାରିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଭୂମିକମ୍ପର ପ୍ରଭାବରେ ସ୍ଥାନୀୟ ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ତେବେ ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ ସୁନାମି ସତର୍କ ସୂଚନା ଜାରି କରିନାହିଁ । ଶିବେଲୁଚ ଆଗ୍ନେୟଗିରି ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭ୍ଲୋଭସ୍କ କାମଚାତାସ୍କି ଠାରୁ ୪୫୦ କିଲୋମିଟର ଦୂରରେ ରହିଛି । ଏହି ସହରର ଜନସଂଖ୍ୟା ପାଖାପାଖି ଦୁଇ ଲକ୍ଷ । ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ଏହାର ରିପୋର୍ଟରେ କହିଛି ଯେ ଭୂକମ୍ପର କେନ୍ଦ୍ର ପେଟ୍ରୋପାଭ୍ଲୋଭସ୍କ- କାମଚାତାସ୍କି ଠାରୁ ୫୫ ମାଇଲ ଦୂରରେ ଥିଲା । ଯାହା ପୃଥିବୀର ୪୮ କିଲୋମିଟର ଭିତରେ ଥିଲା । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲେ ମଧ୍ୟ କୋଠାଗୁଡ଼ିକର ଯାଞ୍ଚ କରାଯାଉଛି । କିନ୍ତୁ ଆମେରିକାର ସୁନାମି ୱାର୍ଣ୍ଣିଂ ସିଷ୍ଟମ ଭୂମିକମ୍ପ ଅଞ୍ଚଳର ୩୦୦ କିଲୋମିଟର ପରିଧି ମଧ୍ୟରେ ସୁନାମି ସତର୍କ ସୂଚନା ଜାରି କରିଛି ।
ଋଷରେ ଶକ୍ତିଶାଳୀ ଭୂକମ୍ପ; ଥରିଲା କୋଠା , ଘରୁ ଦୈାଡି ପଳାଇଲେ ଲୋକେ । ଶିବେଲୁଚରେ ଆଗ୍ନେୟଗିରି ଉଦଗୀରଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ । ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି...
ଜମି ପାଇଁ ବଡ଼ ଭାଇର ଜୀବନ ନେଲା ସାନ ଭାଇ ଓ ପୁତୁରା
କଟକ (ଅମୂଲ୍ୟ କୁମାର ବାରିକ): ଜମି ପାଇବା ଲୋଭରେ ବଡ ଭାଇ ଅଶୋକ ବାରିକକୁ ମଝିଆ ଭାଇ, ସାନ ଭାଇ , ଭାଇବୋହୂ ଏବଂ ପୁତୁରା ମିଶି...
ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ
ନୂଆଦିଲ୍ଲୀ : ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବୃଦ୍ଧି ପାଉଛି । ୮ ଦିନ ଧରି ଲଗାତାର ହେଉଛି...
ଆଇଏଏସ ବିଷ୍ଣୁପଦଙ୍କ ଅଡୁଆ ବଢିଲା
ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଡୁଆ ବଢିଲା । ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ । ୧୦ ଲକ୍ଷ ଲାଞ୍ଚ ଘଟଣାରେ ଘରେ ରେଡ କରିଥିଲା...