The Ultimate Managed Hosting Platform
ADVERTISEMENT

ଋତୁସ୍ରାବ ପାଇଁ ଦିନେ ଛୁଟି

Facebook
Twitter
LinkedIn

ଭୁବନେଶ୍ୱର : ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ । କର୍ମଜୀବୀ ମହିଳାଙ୍କ ପାଇଁ ଦିନେ ଛୁଟି ଘୋଷଣା । କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଭାତୀ ପରିଡାଙ୍କ ଘୋଷଣା । ସରକାରୀ ଓ ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ଋତୁସ୍ରାବ ଦିନ କିମ୍ବା ତା ପରଦିନ ଯେକୌଣସି ଗୋଟିଏ ଦିନ ଛୁଟି ନେଇପାରିବେ । ଏହି ଛୁଟି ଇଚ୍ଛାଧୀନ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
୧୯୯୨ରୁ ବିହାରରେ ଋତୁସ୍ରାବ ଛୁଟି ମିଳୁଛି । ବିହାରରେ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହିଳାଙ୍କୁ ଋତୁସ୍ରାବ ପାଇଁ ଦୁଇ ଦିନ ଛୁଟି ଘୋଷଣା କରିଥିଲେ । ଗତ ଜାନୁଆରୀରୁ କେରଲରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହୋଇଛି । ସେଠାରେ ମହିଳାଙ୍କୁ ଋତୁସ୍ରାବ ପାଇଁ ତିନି ଦିନ ଛୁଟି ଦିଆଯାଉଛି । ଆଠଟି ଦେଶରେ ମଧ୍ୟ କର୍ମଜୀବୀ ମହିଳାଙ୍କୁ ଋତୁସ୍ରାବ ପାଇଁ ଛୁଟି ଦିଆଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login