ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ସ୍ଥିତି ବେହାଲ । ରେଡ ଆଲର୍ଟ ଜାରି । ପୂର୍ବ ଦିଲ୍ଲୀ ଗାଜିପୁରରେ ଡ୍ରେନରେ ପଡି ଜଣେ ମହିଳା ଓ ଶିଶୁ ମୃତ । ଆଇଏମଡି ପକ୍ଷରୁ ବର୍ଷା ଆଲର୍ଟ ପରେ ଏମସିଡିରେ ସବୁ ସ୍କୁଲ ଛୁଟି ଘୋଷଣା । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ଆଣ୍ଠୁଏ ପାଣି , ଭାଙ୍ଗିଲା ଘର । ବର୍ଷା ଯୋଗୁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ରାସ୍ତାରେ ଅଟକି ରହିଛି ଶହ ଶହ ଗାଡି। ବିଭିନ୍ନ ଘଟଣାରେ ଦିଲ୍ଲୀରେ ୨ ଜଣ ଓ ଗୁରୁଗ୍ରାମରେ ୩ ଜଣ ପ୍ରାଣ ହରାଇଛନ୍ତି। ବହୁ ରାସ୍ତାରେ ପାଣି ଜମିବା ଯୋଗୁ ଜୀବନ ଯାତ୍ରା ବ୍ୟାହତ ହୋଇଛି।ଗୁରୁଗ୍ରାମରେ ବିଦ୍ୟୁତ ଆଘାତରେ ୩ ଜଣ ପ୍ରାଣ ହରାଇଛନ୍ତି। ବର୍ଷା ଯୋଗୁ ବିମାନ ଯାତ୍ରା ପ୍ରଭାବିତ ହୋଇଛି। କେତେକ ବିମାନକୁ ଜୟପୁର ଓ ଲକ୍ଷ୍ମୌ ଅଭିମୁଖେ ଗତିପଥ ପରିବର୍ତ୍ତନ କରାଯାଇଛି।ସେପଟେ ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଦିଲ୍ଲୀରେ ରେଡଆଲର୍ଟ ଜାରି କରାଯାଇଛି। ଅଗଷ୍ଟ ୫ ଯାଏ ରାଜଧାନୀରେ ବର୍ଷା ତାଣ୍ଡବ ଆଶଙ୍କା ଥିବା ସୂଚନା ମିଳିଛି।
Views: 65











