The Ultimate Managed Hosting Platform
ADVERTISEMENT

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

Facebook
Twitter
LinkedIn

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ । ଉପର ପଡ଼ିଆରେ ବାଲିଯାତ୍ରା ହେବା ନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ । ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । କିଛିଦିନ ତଳେ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆଜି ୯ ତାରିଖ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି । ସେପଟେ ୨୬ ସେପ୍ଟେମ୍ବରରୁ ୦୯ ଅକ୍ଟୋବର ପର୍ୟ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login