ହୀରାକୁଦ : ଉପମୁଣ୍ଡର ପ୍ରବଳ ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ତର । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୪.୭୫ କ୍ୟୁସେକ । ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୨ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩୩ ହଜାର ୬୫୭ କ୍ୟୁସେକ ଜଳ । ଗତ କିଛି ଦିନ ଧରି ରାଜ୍ୟରେ ମୈାସୁମୀ ଜନିତ ବର୍ଷା ଜାରି ରହିଥିବାକୁ ଏହା ମଧ୍ୟରେ ହୀରାକୁଦ ଡ୍ୟାମର ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି । ତେବେ ଜଳସ୍ତର ବୃଦ୍ଧି ପାଇଲେ ହୀରାକୁଦ ସୁଇସ ଗେଟ ଖୋଲିପାରେ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୁପକ୍ଷ ।
Views: 62