ନୂଆଦିଲ୍ଲୀ : ଉନ୍ମୋଚନ ହେବ ୧୦୮ ଫୁଟ ଉଚ୍ଚ ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତି । ମଧ୍ୟପ୍ରଦେଶର ଓମକେଶ୍ୱରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଏହି ବିଶାଳ ପ୍ରତିମୂର୍ତ୍ତି ନର୍ମଦା ନଦୀ କୂଳରେ ମାନ୍ଧାତା ପାହାଡ ଉପରେ ରହିଛି । ଏହି ମୂର୍ତ୍ତିର ଉଚ୍ଚତା ୧୦୮ ଫୁଟ । ଏହା ୨୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ଏହା ଅଷ୍ଟଧାତୁରେ ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଏହି ମୂର୍ତ୍ତିକୁ ଉନ୍ମୋଚିତ କହିବା ସହିତ ଅଦଭେତ୍ୟ ଲୋକର ଶିଳାନ୍ୟାସ ଏବଂ ଭୂମି ପୂଜା ମଧ୍ୟ କରିବେ । ୧୦୮ ଫୁଟ ଉଚ୍ଚ ଏହି ପ୍ରତିମାର ନାମ ଏକାତ୍ମତା ଏବଂ ପ୍ରତିମା ରଖାଯାଇଛି । ଖଣ୍ଡୱା ଜିଲ୍ଲାରେ ନର୍ମଦା ନଦୀ କୂଳରେ ଓମକେଶ୍ୱର ମନ୍ଦିରର ଏବଂ ସହର ରହିଛି । ଏଠାରେ ଦାର୍ଶନୀକ ଏବଂ ହିନ୍ଦୁ ଧର୍ମର ପ୍ରତିଷ୍ଠାତା ଶଙ୍କରାଚାର୍ୟ୍ୟଙ୍କ ୧୦୮ ଫୁଟର ପ୍ରତିମା ଏଠାରେ ନିର୍ମାଣ ହୋଇଛି । ଏଠାରେ ଅଦଭେତ୍ୟ ଲୋକ ନାମରେ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ ହୋଇଛି । ଏଠାରେ ୩ ଡି ହୋଲଗ୍ରାମ ମଧ୍ୟ ଲଗାଯାଇଛି ଯାହାଫଳରେ ଏଠାରେ ଲୋକମାନେ ଶଙ୍କରାଚାର୍ୟ୍ୟଙ୍କ ସିନ୍ଧାନ୍ତକୁ ବୁଝି ପାରିବେ ଏବଂ ତାହା ଉପରେ ଜ୍ଞାନ ମଧ୍ୟ ଲାଭ କରିପାରିବେ ।
ଉନ୍ମୋଚନ ହେବ ୧୦୮ ଫୁଟ ଉଚ୍ଚ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











