ମୁମ୍ବାଇ : ଉଦ୍ଧବ ଥାକରେ ସୁପ୍ରିମକୋର୍ଟରେ ନିରାଶ । ଉଦ୍ଧବ ସ୍ୱେଚ୍ଛାରେ ଇସ୍ତଫା ଦେଇଥିବାରୁ କିଛି କରିପାରିବୁନି କହିଲେ କୋର୍ଟ । ଫ୍ଲୋର ଟେଷ୍ଟକୁ ଆସିନଥିବାରୁ କିଛି କରିହେବନି କହିଲେ କୋର୍ଟ । ସେ ନିଜେ ଇସ୍ତଫା ଦେଇଥିବାରୁ ଆଉ ତାଙ୍କୁ ମୁଖ୍ୟମନ୍ତ୍ରୀ କରି ହେବନି । ଦଳ ବଦଳ କରିଥିବା ୧୬ ବିଧାୟକଙ୍କ ପ୍ରତି ନିଷ୍ପତ୍ତି ନେଲେନି କୋର୍ଟ । ବିଧାନସଭା ବାଚସ୍ପତିଙ୍କ ଉପରେ ଏ ନେଇ ଦାୟିତ୍ୱ ନ୍ୟସ୍ତ କଲେ ।
ଦୀର୍ଘଦିନର ବ୍ୟବଧାନ ପରେ ମହାରାଷ୍ଟ୍ର ରାଜନୈତିକ ମାମଲାକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ କୋର୍ଟର ୫ ଜଣ ସଦସ୍ୟତା ବାଲା ସାମ୍ବିଧାନିକ ପୀଠ ଗତ ବର୍ଷ ଏହି ମାମଲାକୁ ବଡ ବେଞ୍ଚକୁ ପଠାଇ ଦେଇଥିଲେ । କୋର୍ଟ କହିଥିଲେ କି ବାଚସ୍ପତିଙ୍କୁ ରାଜନୈତିକ ଦଳଙ୍କ ତରଫରୁ ନିଯୁକ୍ତ କରାଯାଇଥିବା ହ୍ୱିପକୁ ମାନ୍ୟତା ଦେବା ଆବଶ୍ୟକ । ଏହାସହ ବାଚସ୍ପତିଙ୍କୁ ହଟାଇବା ନୋଟିସ ବାଚସ୍ପତିଙ୍କ ଅଯୋଗ୍ୟତା ନୋଟିସ ଜାରି କରିବାର କ୍ଷମତାକୁ ସୀମିତ କରିବ କି ନାହିଁ, ସେ ପ୍ରସଙ୍ଗକୁ ଏକ ବୃହତ ଖଣ୍ଡପୀଠ ଯାଂଚ କରିବାର ଆବଶ୍ୟକତା ରହିଛି ।
ଉଦ୍ଧବଙ୍କୁ ମିଳିଲାନି ଆଶ୍ୱସ୍ତି

Facebook
Twitter
LinkedIn
Facebook
Twitter
LinkedIn
Recent News
ହର୍ଷ ପର୍ବତରୁ ୨୫୦ ଫୁଟ ତଳକୁ ଖସିଲା କାର
ରାଜସ୍ଥାନ : ରାଜସ୍ଥାନ ସିକଲ ଜିଲ୍ଲା ହର୍ଷ ପର୍ବତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୱାଚ ଟାୱର ନିକଟରେ ଏକ କାର୍ ୨୫୦ ଫୁଟ ତଳକୁ ଖସିବା...
ଓଟିଇଟି କେଳେଙ୍କାରୀ ; ଆଉ ୨ ରିମାଣ୍ଡରେ ଯିବେ
ଭୁବନେଶ୍ୱର : ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ରିମାଣ୍ଡରେ ଯିବେ ଆଉ ୨ ଅଭିଯୁକ୍ତ । ଆଉ ୨ ଅଭିଯୁକ୍ତଙ୍କୁ ଦିନକ ପାଇଁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ...
୭ ବଗିକୁ ଛାଡି ପଳାଇଲା ଇଞ୍ଜିନ
ସୋର : ୭ ବଗିକୁ ଛାଡି ପଳାଇଲା କୋଇଲା ବୋଝେଇ ଟ୍ରେନର ଇଞ୍ଜିନ । ମାର୍କୋଣା ଷ୍ଟେସନ ନିକଟରେ ୭ ବଗିକୁ ଛାଡି ପଳାଇଲା ଇଞ୍ଜିନ ।...
ପ୍ରେମୀ ଯୁଗଳଙ୍କୁ ଉଦ୍ଧାର ବେଳେ ପୋଲିସ ହଟହଟା
କଣ୍ଟାବାଞ୍ଜି : ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ ଲୋକେ-ପୋଲିସ ମୁହାଁମୁହିଁ । ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ପୋଲିସ ସହ ଧସ୍ତାଧସ୍ତି । ୫ ଦିନ ତଳେ...