ନୂଆଦିଲ୍ଲୀ : ଖୁବଶ୍ରୀଘ ଉତ୍ତରାଖଣ୍ଡରେ ମଧ୍ୟ ସମାନ ନାଗରିକ ସଂହିତା ଲାଗୁ ହେବାକୁ ଯାଉଛି । ଫେବୃଆରୀ ୪ ତାରିଖରେ ଉତ୍ତରାଖଣ୍ଡ କ୍ୟାବିନେଟରେ ୟୁସିସି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ମଙ୍ଗଳବାର ଦିନ ଏହା ବିଧାନସଭାରେ ଉପସ୍ଥାପିତ ହୋଇଛି । ଏବେ ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଏହା ଆଇନରେ ପରିଣତ ହେବ । ମଙ୍ଗଳବାର ଦିନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ ବିଧାନସଭାରେ ସମାନ ନାଗରିକ ସଂହିତା ବିଧେୟକ ଉପସ୍ଥାପନ କରିଛନ୍ତି ।
Views: 83