ରାୟଗଡା : ଉତ୍ତରାଖଣ୍ଡରେ ଓଡ଼ିଶା ଝିଅର ବୀଭତ୍ସ ଭାବରେ ଜୀବନ ନେଇଗଲେ । ରାୟଗଡା ଜିଲ୍ଲା ଜେକେପୁର ଅଞ୍ଚଳର ୨୩ ବର୍ଷିୟ ଝିଅ ସୃଷ୍ଟି ଶର୍ମାଙ୍କୁ ଉତ୍ତରାଖଣ୍ଡର ଲାଲପୁରରେ ରହୁଥିଲେ । ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ହତ୍ୟା କରିଥିବା ସ୍ପଷ୍ଟ କରିଛି ଲାଲପୁର ପୋଲିସ । ଗତ ୬ ମାସ ହେଲା ସେଠାରେ ରହି ଏକ କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ । କାମେଶ୍ବର ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ । ଗତ ମଙ୍ଗଳବାର ଦିନ ପରିବାର ଲୋକେ ସୃଷ୍ଟିକୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ନମିଳିବାରୁ ସୃଷ୍ଟିଙ୍କ ସଂପର୍କିୟ ବୁଧୁବାର ଦିନ ଲାଲାପୁରରେ ପହଞ୍ଚିଥିଲେ । ବହୁ ଖୋଜାଖୋଜି ପରେ ପତ୍ତା ନମିଳିବାରୁ ସ୍ଥାନୀୟ ପୁଲିସରେ ନିଖୋଜ ମାମଲା ଦାଏର କରିଥିଲେ । ପୋଲିସ ସିସିଟିଭି ଆଧାରରେ ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ପଚରା ଉଚରା କରିଥିଲା । ସୃଷ୍ଟିଙ୍କୁ ହତ୍ୟା କରିଥିବା ସ୍ୱିକାର କରିଥିବା ସୂଚନା ମିଳିଛି । ହତ୍ୟା କରିବା ପରେ ପଥର ବନ୍ଧି ସ୍ଥାନୀୟ ବାଡୋର ନଦୀରେ ଫିଙ୍ଗି ଦେଇଥିବାର ପୁଲିସ ଆଗରେ ଅମିତ ସ୍ବିକାର କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ।
ଉତ୍ତରାଖଣ୍ଡରେ ଓଡିଆ ଝିଅଙ୍କ ଜୀବନ ନେଇଗଲେ, ଭଡାରେ ରହୁଥିବା ଘର ମାଲିକଙ୍କ ପୁଅ ଅଟକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











