The Ultimate Managed Hosting Platform
ADVERTISEMENT

ଉଚ୍ଚ ଶିକ୍ଷା ଅନୁଷ୍ଠାନ ପାଇଁ “ଶକ୍ତିଶ୍ରୀ” , ମୁଖ୍ୟମନ୍ତ୍ରୀ କଲେ ଘୋଷଣା

Facebook
Twitter
LinkedIn

ଭୁବନେଶ୍ୱର : ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ ଘୋଷଣା । ଉଚ୍ଚ ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟକାରୀ ହେବ ଶକ୍ତିଶ୍ରୀ କାର୍ଯ୍ୟକ୍ରମ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ । ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୁନିଶ୍ଚିତ ଲକ୍ଷ୍ୟ । ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଛାତ୍ରୀମାନଙ୍କ ସଶକ୍ତୀକରଣ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବ । ମୁଖ୍ୟତଃ ୮ଟି ଦିଗକୁ ଗୁୁରୁତ୍ୱ ଦିଆଯିବ କହିଲେ ମୁଖ୍ୟମନ୍ତ୍ରୀ । ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଶକ୍ତିଶ୍ରୀ ଶଶକ୍ତୀକରଣ କେନ୍ଦ୍ର ସ୍ଥାପନ କରାଯିବ ।
ଏଥି ପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ଶକ୍ତିଶ୍ରୀ ମୋବାଇଲ ଆପ ମଧ୍ୟ କାର୍ଯ୍ୟ କରିବ । ଶକ୍ତିଶ୍ରୀ ମୋବାଇଲ ଆପରେ ଛାତ୍ରୀ ମାନଙ୍କୁ ସମସ୍ତ ତଥ୍ୟ ଦିଆଯିବ । ଯଦି ଛାତ୍ରୀ ଅସୁବିଧାରେ ପଡନ୍ତି ନାମ ଗୋପନ ରଖି ପଞ୍ଜୀକୃତ କରିପାରିବେ । ଶକ୍ତିଶ୍ରୀ ଆପର ଏସଓଏସ ବଟନ ବ୍ୟବହାର କରି ତୁରନ୍ତ ସାହାଯ୍ୟ ନେଇପାରିବେ । ସେଫ କ୍ୟାମ୍ପେନ ସହ କ୍ୟାମ୍ପସ ସୁରକ୍ଷା ରିପୋର୍ଟ ଡିସେମ୍ବର ୩୧ ସୁଦ୍ଧା ଦେବେ । ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବ । ବର୍ଷକୁ ଥରେ ଶକ୍ତି ସ୍ୱରୂପିଣୀ ଏକଦିବସୀୟ କର୍ମଶାଳା ମଧ୍ୟ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login