ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଲେ ପଶୁପତି ପାରସ । ଏନଡିଏ ସିଟ ବୁଝାମଣା ଚୂଡାନ୍ତ ପରେ ମନ୍ତ୍ରୀ ପଦ ଛାଡିଲେ ପାରସ । ନିଜ ଓ ଦଳ ପ୍ରତି ଅନ୍ୟାୟ ହୋଇଥିବା କହିଲେ ପାରସ । କର୍ମୀ ଓ ନେତାଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ । ଆସନ ବୁଝାମଣାରେ ପାରସଙ୍କୁ ଗୋଟିଏ ବି ସିଟ ମିଳି ନ ଥିଲା । ପଶୁପତି କହିଛନ୍ତି, ସେ ମୋଦୀଙ୍କୁ ସମ୍ନାନ କରନ୍ତି । ୨୦୧୪ ଠାରୁ ତାଙ୍କ ଦଳ ଏନଡିଏରେ ରହିଛି । ହେଲେ ଏବେ ଗୋଟିଏ ବି ଆସନ ନମିଳିବା ଦୁଃଖଦାୟକ । ହାଜିପୁର ଆସନରେ ପଶୁପତି ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି । ଯେଉଁଠୁ ସେ ଏବେ ସାଂସଦ ଅଛନ୍ତି । ହେଲେ ଏହି ଆସନ ତାଙ୍କ ପୁତୁରା ଚିରାଗଙ୍କୁ ଦିଆଯାଇଥିବା ଜଣାପଡିଛି । ଯିଏକି ତାଙ୍କର ଅନ୍ୟତମ ବିଦ୍ରୋହୀ । ତେଣୁ ପଶୁପତି ଏନଡିଏ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ଏନଡିଏକୁ ଝଟକା ଦେଇଛନ୍ତି ପଶୁପତି ।
Views: 89











