The Ultimate Managed Hosting Platform
ADVERTISEMENT

ଇମ୍ୟୁନିଟି ବଢ଼ାଏ ‘ଲେମନ୍ ଟି’

Facebook
Twitter
LinkedIn

     ଚା’ ଆମ ଦୈନନ୍ଦିନ ଜୀବନରେ ସକାଳର ସାଥୀ ଅଟେ । ଚା’ ପିଇବା ଅଧିକାଂଶ ଲୋକଙ୍କର ଏକ ଅଭ୍ୟାସ । ସ୍ୱାଦ ପାଇଁ କିଏ କ୍ଷୀର ଚା’ ପିଇଥା’ନ୍ତି, ତ ଆଉ କିଏ ଏଥିରେ ଅଦା ଓ ତେଜ ପତ୍ର ପକାଇ ପିିଥା’ନ୍ତି । କେହି କେହି ନାଲି ଚା’ ପିଇବାକୁ ମଧ୍ୟ ପସନ୍ଦ କରିଥା’ନ୍ତି ।

    ଆପଣ ଜାଣନ୍ତି କି? ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ଚା’ରେ ଲେମ୍ବୁ ମିଶାଇ ପିଶବା ବହୁତ ଲାଭଦାୟକ ହୋଇଥାଏ । ଯାହାକୁ ଆମେ ‘ଲେମନ୍ ଟି’ ବୋଲି କହିଥାଉ ।

‘ଲେମନ ଟି’ ଆପଣଙ୍କୁ ସୁସ୍ଥ ରଖିବା ସହିତ ଶରୀରକୁ ଦେଇଥାଏ ଅଦ୍ଭୁତ ଲାଭ । ଲେମନ ଟି ସବୁ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ । ଲେମନ ଟିରେ ଅଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟିଜ ରହିଛି । ଯାହା ଆମକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଲେମନ ଟି କୁ ସେବନ କରିବା ଦ୍ୱାରା ଗଳାର ଯନ୍ତ୍ରଣା ଦୂର ହୋଇଥାଏ ।

    ବର୍ତ୍ତମାନ ଏହି କରୋନା ସମୟରେ ଶରୀରରେ ଇମ୍ୟୁନିଟିର ଖୁବ ଆବଶ୍ୟକ ରହିଛି । ସେଥିପାଇଁ ଲେମ୍ବୁ ଚା ଗୋଟିଏ ଭଲ ମାଧ୍ୟମ ଅଟେ । ଲେମ୍ବୁରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଛି । ଆପଣ ନିଜର ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଚାହୁଁଥିଲେ ପ୍ରତିଦିନ ଏହି ଲେମନ୍ ଟି ବା ଲେମ୍ବୁ ଚା ପିଅନ୍ତୁ ।

    ଲେମନ୍ ଟି ହାର୍ଟ ପାଇଁ ବହୁତ ହିତକର । କାରଣ ଏଥିରେ ଫ୍ଲେବୋନଏଡ ନାମକ ତତ୍ୱ ରହିଛି , ଯାହା ଧମନୀ ଗୁଡିକୁ ସୁସ୍ଥ ରଖିଥାଏ। ଏହାଦ୍ୱାରା ହୃଦଘାତ ସମସ୍ୟା ଠାରୁ ମଧ୍ୟ ଦୁରେଇ ରଖିଥାଏ । ପ୍ରତିଦିନ ଲେମନ୍ ଟି ପିଇବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ ।

     ‘ଲେମନ ଟି’ରେ ଅନେକ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି । ଏହା ସହିତ ଏଥିରେ ପୋଲି ଫେନଲ ଓ ଭିଟାମିନ-ସି ରହିଛି ,ଯେଉଁ କାରଣରୁ ଏହା ଶରୀରରେ କ୍ୟାନ୍ସର ସେଲ୍ ସୃଷ୍ଟି ହେବାକୁ ଦେଇନଥାଏ ।

    ଘଉଈଓ ର ଗୋଟିଏ ଗବେଷଣା ଦ୍ୱାରା ଲେମ୍ବୁରେ ଶରୀରକୁ ଡିଟକ୍ସ କରିବାର ଗୁଣ ରହିଛି । ତା ସହିତ ଏହାକୁ ଲୋ କ୍ୟାଲୋରୀ ଯୁକ୍ତ ବୋଲି ଗ୍ରହଣ କରାଯାଇଛି । ତେଣୁ ଲେମନ ଟି ଓଜନ ନିୟନ୍ତ୍ରଣ କରିଥାଏ ।

    ଲେମ୍ବୁ ଚା ରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଶରୀରରେ ମୃତ ଚର୍ମ କୋଷଗୁଡ଼ିକୁ ବାହାର କରି ଚେହେରାକୁ ସଜୀବ କରିବା ପାଇଁ କାର‌୍ୟ୍ୟ କରିଥାଏ । ଏଥିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ମଧ୍ୟ ରହିଛି, ଯାହା ବ୍ରଣ, ପିମ୍ପଲ୍ ଏବଂ ଏକଜିମାକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିଥାଏ । ଏହି ଚା ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । ଏହାକୁ ନିୟମିତ ପିଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ । ପ୍ରତିଦିନ ଲେମ୍ବୁ ଚା ପିଇବା ଦ୍ୱାରା ଗ୍ୟାସ ଓ ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login