ନୂଆଦିଲ୍ଲୀ : ଲାହୋର ଏଟିସି ଇମ୍ରାନ ଖାନଙ୍କୁ ଜାମିନ ଦେଇଛି । ୨ଟି କେସରେ ତାଙ୍କୁ ୨ ଜୁନ୍ ପର୍ୟ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି । ଇମ୍ରାନ ଖାନଙ୍କୁ ଜିନ୍ନା ହାଉସ ଆକ୍ରମଣ ସମେତ ଅନ୍ୟ କେସରେ ମଧ୍ୟ ଜାମିନ ମିଳିଛି । ଖବର ମୁତାବକ, ଏକ ପ୍ରତିନିଧି ମଣ୍ଡଳି ଜମ୍ପା ପାର୍କରେ ଯାଇ ସରକାରୀ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରିବ । ଏହି ସମୟରେ ତଲାସୀ ଅଭିଯାନ ଠାରୁ ଆରମ୍ଭ କରି ସବୁକିଛି ବିଷୟରେ ଚର୍ଚ୍ଚା ହେବ । କମିଶନର ରନ୍ଧଓ୍ଵାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯିବ । ସୂତ୍ର ଅନୁଯାୟୀ, ପାକିସ୍ତାନରେ ଇମ୍ରାନଙ୍କ ପାର୍ଟି ଉପରେ ବ୍ୟାନ୍ ଲାଗିବାକୁ ଜୋରସୋରରେ ଯୋଜନା ଦେଉଛି । ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ପିଟିଆଇକୁ ଆତଙ୍କୀ ସଂଗଠନ ଘୋଷଣା କରିବାକୁ ଯୋଜନା କରିଛି । କ୍ୟାବିନେଟ ଏହାକୁ ନେଇ ବିଚାର କରୁଛି । ଅଲକାଦିର ଟ୍ରଷ୍ଟ ମାମଲାରେ ମେ’ ୯ ତାରିଖରେ ଇମ୍ରାନ୍ ଖାନ୍ଙ୍କୁ ଗିରଫ କରାଯାଇଥିଲା। ଏହାର ଦୁଇ ଦିନ ପରେ ଇମ୍ରାନ୍ଙ୍କୁ କୋର୍ଟରୁ ଜାମିନ୍ ମିଳିଥିଲା । ଗିରଫ ପରେ ଇମ୍ରାନ୍ଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ହିଂସାକାଣ୍ଡ କରିବା ସହ ସେନାକୁ ଟାର୍ଗେଟ୍ କରିଥିଲେ ।
ଇମ୍ରାନ ଖାନଙ୍କୁ ଜିନ୍ନା ହାଉସ ଆକ୍ରମଣ ମାମଲାରେ ମିଳିଲା ଜାମିନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











