The Ultimate Managed Hosting Platform
ADVERTISEMENT

ଇତିହାସ ରଚିଲା ଟିମ୍ ଇଣ୍ଡିଆ, ପଞ୍ଚମଥର ଅଣ୍ଡର-୧୯ ବିଶ୍ୱକପ୍ ଜିତିଲା 

Facebook
Twitter
LinkedIn

ଅଣ୍ଡର୍‌-୧୯ ବିଶ୍ୱକପରେ ପୁଣି ଦମ୍ ଦେଖାଇଛି ଟିମ୍ ଇଣ୍ଡିଆ। କ୍ରମାଗତ ପଞ୍ଚମଥର ଯୁବ ବିଶ୍ୱକପ୍ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ। ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପର ହାଇଭୋଲଟେଜ୍ ଫାଇନାଲରେ ଭାରତ ୪ ୱିକେଟରେ ଇଂଲଣ୍ଡକୁ ହରାଇ ପରାସ୍ତ ଚାମ୍ପିୟନ୍ ହୋଇଛି। ପରାଜୟ ସହ ଇଂଲଣ୍ଡର ୨୪ ବର୍ଷ ପରେ ଟ୍ରଫି ଜିତିବାର ଆଶା ମଉଳି ଯାଇଛି।ଇଂଲଣ୍ଡ ଫାଇନାଲ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୧୮୯ ରନ୍ ସଂଗ୍ରହ କରିଥିଲା । ଫଳରେ ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା ।

ଟିମ୍ ଇଣ୍ଡିଆ ୪୭.୪ ଓଭରରେ ୬ଟି ୱିକେଟ୍ ହରାଇ ୧୯୫ ରନ୍ କରିଥିଲା । ମ୍ୟାଚ ଯେତେବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା, ସେହି ସମୟରେ ଟିମ୍ ଇଣ୍ଡିଆର ଖେଳାଳିମାନେ ରନ୍‌କୁ ଦ୍ରୁତଗତିରେ ବଢ଼ାଇଥିଲେ । ଟିମ୍ ଇଣ୍ଡିଆର ଦିନେଶ ବାନା ଛକା ମାରି ଭାରତକୁ ବିଶ୍ୱ ବିଜେତା କରାଇଥିଲେ । ଏହି ଦୃଶ୍ୟ ଏଭଳି ଥିଲା, ଯାହାକି ୨୦୧୧ରେ ମହେନ୍ଦ୍ର ସିଂହ ଧୋନୀ ଛକା ମାରି ଭାରତକୁ ୫୦ ଓଭରର ବିଶ୍ୱକପ୍ ବିଜେତା କରାଇଥିଲେ । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login