ନୂଆଦିଲ୍ଲୀ : ଇଣ୍ଡିଗୋ ବିମାନ ଉଡାଣ ବାତିଲ ଯୋଗୁଁ ଯାତ୍ରୀ ହନ୍ତସନ୍ତ ଘଟଣା । ଲୋକଙ୍କ ସୁବିଧା ଯାତ୍ରା ପାଇଁ ଦାୟିତ୍ୱ ନେଲା ରେଲୱେ । ଅତିରିକ୍ତ କୋଚ ବୃଦ୍ଧି ସହ ସ୍ୱତନ୍ତ୍ର ଟ୍ରେନ ସେବା ଘୋଷଣା । ୩୭ଟି ଟ୍ରେନରେ ଯୋଡାଗଲା ୧୧୬ କୋଚ । ସାବରମତୀ ଓ ଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ । ସେହିପରି ବିମାନ ବାତିଲ ଯୋଗୁଁ ଟ୍ରେନଗୁଡିକରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଉତ୍ତର ରେଳବାଇ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ହୋଇଛି । ଯୋଡା ଯାଉଥିବା ଅତିରିକ୍ତ କୋଚଗୁଡିକ ମଧ୍ୟରେ ସ୍ଲିପର, ଏସି ଚେୟାର କାର, ସାଧାରଣ ବଗି ରହିଛି । ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି । ତେବେ ଯଦି ଏହି ସମସ୍ୟା ଲାଗି ରହେ ତେବେ ରେଲୱେ ପକ୍ଷରୁ ଅଧିକ ଅତିରିକ୍ତ କୋଚ ଲଗାଯିବା ସହ ବିଭିନ୍ନ ରୁଟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି କୁହାଯାଇଛି ।
Views: 56











