ନୂଆଦିଲ୍ଲୀ : ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକର ଆଜି ଦ୍ୱିତୀୟ ଦିବସ। ମୁମ୍ବାଇରେ ଅନୁଷ୍ଠିତ ମେଗା ବୈଠକରେ ମେଣ୍ଟ ୧୩ ଜଣ ସଦସ୍ୟଙ୍କୁ ନେଇ ଏକ ସମନ୍ୱୟ କମିଟି ଘୋଷଣା କରିଛି। ଏହି କମିଟିରେ କେସି ଭେନୁଗୋପାଲ, ସଞ୍ଜୟ ରାଉତ, ଶରଦ ପାୱାର, ହେମନ୍ତ ସୋରେନ, ଏମ.କେ ଷ୍ଟାଲିନ, ଓମର ଅବଦୁଲ୍ଲା, ଲଲନ ସିଂ, ତେଜସ୍ୱୀ ଯାଦବ, ମେହବୁବା ମୁଫତି, ଡି ରାଜା, ଅଭିଷେକ ବାନାର୍ଜୀ, ଜାଭେଦ ଅଲି ଖାନ ଓ ରାଘବ ଚଢ଼ା ରହିଛନ୍ତି। ବୈଠକରେ ଲୋଗୋକୁ ନେଇ କୌଣସି ନିର୍ଣ୍ଣୟ ନିଆଯାଇପାରି ନାହିଁ। ସୂତ୍ରରୁ ଜଣାପଡ଼ିଛି ଯେ ବିରୋଧୀ ମେଣ୍ଟକୁ ନେଇ ୬ଟି ଲୋଗୋ ତାଲିକାଭୁକ୍ତ ହୋଇଥିଲା। ସେଥିରୁ ଗୋଟିଏ ଲୋଗୋ ଉପରେ ସମସ୍ତଙ୍କ ସହମତି ରହିଥିଲା। କିନ୍ତୁ କିଛି ନେତା ଏହି ଲୋଗୋକୁ ନେଇ ପରାମର୍ଶ ଦେବା ପରେ ଏହାକୁ ପରବର୍ତ୍ତୀ ବୈଠକରେ ଲଞ୍ଚ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
Views: 83