ନୂଆଦିଲ୍ଲୀ : ଜି-୨୦ ମଞ୍ଚରୁ ଭାରତ ବାର୍ତ୍ତା । ଇଣ୍ଡିଆ ନୁହେଁ ଚିହ୍ନିତ ହେଲା ଭାରତ । ଜି-୨୦ ସମ୍ମିଳନୀର ପ୍ରଥମ ଅଧିବେଶନ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ ସିଟରେ ବସିଛନ୍ତି ସେଠାରେ ଥିବା ଫଳକରେ ଇଂରାଜୀରେ ଭାରତ ଲେଖାଯାଇଛି । ପୂର୍ବରୁ ବିଭିନ୍ନ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସିଟ୍ ଫଳକରେ ଇଂରାଜୀରେ ଇଣ୍ଡିଆ ଲେଖାଯାଉଥିଲା । ହେଲେ ପ୍ରଥମ ଥର ପାଇଁ ତାଙ୍କ ଆସନ ଫଳକରେ ଇଂରାଜୀରେ ଇଣ୍ଡିଆ ବଦଳରେ ଭାରତ ଲେଖାଥିବା ଦେଖିବାକୁ ମିଳିଛି । ଭାରତ ନାଁକୁ ନେଇ କିଛି ଦିନ ହେବ ଦେଶରେ ବିତର୍କ ଜାରି ରହିଛି । ଆଜି ରାଷ୍ଟ୍ରପତି ରାତିରେ ନୈଶ୍ୟ ଭୋଜିର ଆୟୋଜନ କରିଛନ୍ତି । ଏଥିପାଇଁ କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଅତିଥିଙ୍କୁ ପଠାଇଥିବା ନିମନ୍ତଣ ପତ୍ର ପଠାଇଥିଲେ । ଯେଉଁଥିରେ ପ୍ରେସିଡେଂଟ ଅଫ୍ ଇଣ୍ଡିଆ ଜାଗାରେ ପ୍ରେସିଡେଂଟ ଅଫ୍ ଭାରତ ଲେଖାଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଏସିଆନ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ ।
Views: 88