The Ultimate Managed Hosting Platform
ADVERTISEMENT

ଇଡିପି ପକ୍ଷରୁ ପ୍ରଶିକ୍ଷଣ ଶିବିର, ୧୨ ଦିନ ଧରି ଚାଲିବ

Facebook
Twitter
LinkedIn

କଟକ : ଲୋକମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଇଡିପି ପକ୍ଷରୁ ପ୍ରଶିକ୍ଷଣ ଶିବିର । କେନ୍ଦ୍ର ଏବଂ ରାଜା ସରକାର ମହିଳା ଏବଂ ପୁରୁଷ ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ସଦାସର୍ବଦା ପ୍ରୟାସ ଜାରି ରଖିଛନ୍ତି । ଏହାର ସୁଫଳ କିପରି ସଂପୃକ୍ତ ବ୍ୟକ୍ତି ମାନେ ପାଇ ପାରିବେ, ସେନେଇ ପ୍ରଶିକ୍ଷଣ ଦେବା ସହିତ ବ୍ୟାଙ୍କ ଜରିଆରେ, ରୁଣ ପ୍ରଦାନ କରିବାର ସୁଯୋଗ ଦେଉଛନ୍ତି । ଯେଉଁମାନେ ରୁଣ ନେଇ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନେ କିପ୍ରକାର ବ୍ୟବସାୟ କରିବେ ଏବଂ ବ୍ୟାଙ୍କରୁ ରୁଣ ନେବେ ସେନେଇ ଆଜି ସିଏମସି ୫୮ ନମ୍ବର ୱ।ର୍ଡ଼ କଟକ ସଦର ଥାନା ନିକଟସ୍ଥ, ଡାହାଳିଆବାଗ ଭାଣପୁର ଠାରେ, ଇଣ୍ଟରପିଣ୍ଟେନସିପ ଡେଭଲପମେଣ୍ଟ ପ୍ରୋଗ୍ରାମ (ଇଡିପି) ୨୦୨୩ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିର ୧୨ ଦିନ ଧରି ଅନୁଷ୍ଠିତ ହେବ । ଇଡିପିର କୋଡିନେଟର ବନିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁମାର ମହାନ୍ତି, ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ସାଗର ରଞ୍ଜନ ଘଡେଇ, ପୂର୍ବତନ କର୍ପୋରେଟର କୌଶିକ୍ ଜେନା, କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ମହାନ୍ତି, କଟକ ନଗର ବିଜେଡି ସଂପାଦିକା ଶିବାନୀ ଜେନା, ଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭାଣପୁର ଶାଖାର ପରିଚାଳିକା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଣପୁର ଏବଂ ଡାହାଳିଆବାଗର ୨୦ ଜଣ ମହିଳା ପୁରୁଷ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login