ଭୁବନେଶ୍ୱର : ରାଜରାସ୍ତାରେ ଚାଷୀ । ନବୀନ ବାବୁ କୁହନ୍ତୁ ଓଡିଶା ମୋ ପରିବାର କିନ୍ତୁ ନରାଜ ମୁଣ୍ଡଳି ଅଞ୍ଚଳର ତିନିଶହ ଚାଷି କାହିଁକି ପରି । ଏଭଳି ବ୍ୟାନର ଫ୍ଲାଗ କାର୍ଡ ଧରି ବିଧାନସଭା ସମ୍ମୁଖରେ ଧାରଣାରେ ଦେଇଛନ୍ତି ଶହ ଶହ ଚାଷି । ସିଦେ୍ଧଶ୍ୱର ଆଞ୍ଚଳିକ ସୁରକ୍ଷା କମିଟି ପକ୍ଷରୁ ଶହ ଶହ ବେସାହାରା ଚାଷୀ ପରିବାର ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି । ନରାଜ ମୁଣ୍ଡଳିଠାରେ ଟାଟା ବିଦ୍ୟୁତ ପ୍ରକଳ୍ପ ବାତିଲ ପରେ ବେଆଇ ଭାବେ ଇଡକୋ ଅଧିକୃତ ଜମି ଚାଷିଙ୍କୁ ଫେରସ୍ତ ନେଇ ଦାବି ଧରିଛି । ରାଜରାସ୍ତାରେ ଲଙ୍ଗଳ ଧରି ଅଭିନବ ପ୍ରତିବାଦ କରିଛନ୍ତି ଏହି ଚାଷୀ । ଚାଷ ଜମି ଯିବା ପରେ ଚାଷ ନ କରି ପାରି ପରିବାର କିପରି ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷି ପରିବାର । ଯଦି ଚାଷ ଜମି ଶୀଘ୍ର ଫେରାଇ ନ ଦିଆଯାଏ ଦେବେ ଆଗକୁ ଚାଷି ପରିବାରର ପୁରା ସଦସ୍ୟ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବେ ବୋଲି ଚେତାବନି ଦେଇଛନ୍ତି ।
Views: 76