ନୂଆଦିଲ୍ଲୀ : ଇଟାଲୀ ସରକାର ବିଦେଶୀ ଭାଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଦେଶରେ ଏକ ଅଲଗା ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ଯାହା ଅଧୀନରେ ଇଟାଲୀର ଲୋକମାନେ ନିଜ ଦେଶରେ ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷା ବ୍ୟବହାର କରିପାରିବେ ନାହିଁ। ଏପରି କଲେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ଲାଗିବ। କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନିଙ୍କ ବ୍ରଦର୍ସ ଅଫ୍ ଇଟାଲୀ ପାର୍ଟି ଦ୍ୱାରା ଏହି ଆଇନ ପ୍ରଣୟନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ଦଳ ଦ୍ୱାରା ଉପସ୍ଥାପିତ ହୋଇଥିବା ବିଲ୍କୁ ନେଇ ସଂସଦରେ ବିତର୍କ ହେବ, ଯଦି ସେଠାରୁ ଏହା ପାରିତ ହୁଏ, ତେବେ ଇଟାଲୀରେ ଇଂରାଜୀ ସମେତ ଅନ୍ୟାନ୍ୟ ବିଦେଶୀ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବ। ରିପୋର୍ଟ ମୁତାବକ, ଯଦି କୌଣସି ଇଟାଲୀୟ ନାଗରିକ ନିଜର ସରକାରୀ ଯୋଗାଯୋଗ ସମୟରେ ଇଂରାଜୀ କିମ୍ବା ଅନ୍ୟ ବିଦେଶୀ ଭାଷା ବ୍ୟବହାର କରନ୍ତି, ତା’ ହେଲେ ସେମାନଙ୍କୁ ନୂଆ ଆଇନ ଅଧୀନରେ ୧୦୦,୦୦୦ ୟୁରୋ (୮୯,୩୩,୪୫୮ ଲକ୍ଷ ଟଙ୍କା) ଜରିମାନା ଦେବାକୁ ପଡିବ। ଇଟାଲିୟନ ଚାମ୍ବର ଅଫ୍ ଡେପୁଟିଜ୍ (ଲୋୟର ହାଉସ୍) ରେ ଫାବିଓ ରାମ୍ପେଲି ଏହି ନିୟମ କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନି ସମର୍ଥନ କରିଥିଲେ। ବିଲ୍ ଉପସ୍ଥାପନ କରି ସେ କହିଥିଲେ ଯେ କୌଣସି ବି ବିଦେଶୀ ଭାଷା, ଖାସ୍କରି ‘ଏଗ୍ଲୋମେନିଆ’ କିମ୍ବା ଇଂରାଜୀ ଶବ୍ଦର ବ୍ୟବହାର ଇଟାଲିୟନ ଭାଷାକୁ ଅପମାନିତ କରିଥାଏ।
ଇଟାଲୀରେ ‘ଇଂରାଜୀ’ କହିବା ମନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











